STORYMIRROR

Partha Sabar

Abstract

3  

Partha Sabar

Abstract

ବିଷମ ପଥ

ବିଷମ ପଥ

1 min
152


ଜୀବନର ପଥ  ନୁହଁଇ ମସ୍ରୁଣ

  ଅଛି କେତେ ଖାଳ ଢିପ

କେତେ ଅଙ୍କା ବଙ୍କା ଦୁର୍ଗମ ବନ୍ଧୁର

   ବାତ ତିମିର ଅନ୍ଧାର।। 

ଜନମ ବେଦିରୁ ଆରମ୍ଭ ଏପଥ

  ମଶାଣି ଜୁଇରେ ଅନ୍ତ

କେବେ ଆସେ ଲୁହ ଆସେ ପୁଣି ଲହୁ

   ରାଗ ହୀନ ମୋ ସଂଗୀତ।। 

ପାପ ଓ ପୂଣ୍ୟର ଦୋଛକିରେ ପଡି

    ଇନ୍ଦ୍ରିୟ ମୋ ବାଟବଣା

ଧର୍ମ ଅଧର୍ମ ର ବିଚାର କରିକି

  ପାଏ ନା ନିଜ ଠିକଣା।। 

ଫୁଲ ଭାବି ଯା'କୁ ଛୁଇଁ ବାକୁ ଗଲି

   ପାଇଛି କଣ୍ଟାର ଘାତ

ପାଇବାକୁ ପ୍ରେମ କରିଲି ଗମନ

    ହୋଇଗଲି ପ୍ରତାରିତ।। 

କୂଳ ଲଂଘିବାକୁ ନାବିକ ସାଜିଲି

   ଦିଗ ଭ୍ରଷ୍ଟ ମୋ ନାଉରୀ

କୂଳ ପାଏ ନାହିଁ ଅତଳ ସାଗରେ 

  ଖେଳୁଛି ଚକା ଭଉଁରୀ।। 

କାଠଘୋଡ଼ା ବସି ମନ ଧାଉଁ ଅଛି

   ନୟନ ମୁଦ୍ରିତ କରି

ଆଖି ଖୋଲି ଦେଲେ ଯେଉଁଠି ସେଇଠି

   ପଥ ରହିଲା ଆହୁରି।। 

ଜୀବନର ପଥ ଗଡାଣି ଉଠାଣି

 ଉଠାଏ କେବେ ଗଡାଏ

କେବେ ସେ ହସାଏ କେବେ ସେ କନ୍ଦାଏ

     ବିଷମ ପୁଣି ଭସାଏ।। 

ମୋ ଜୀବନ ପଥ ପୂର୍ଣ୍ଣ କଣ୍ଟକିତ

   କଣ୍ଟାରେ ଚାଲେ ଜୀବନ

ଫୁଲର ପଥରେ ଚାଲିବା ସରଳ

   ବିମୁଖ ପଥ ବିଷମ।। 



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract