ଅlମର ଏ ରାଷ୍ଟ୍ର
ଅlମର ଏ ରାଷ୍ଟ୍ର
ଅlମର ଏ ରାଷ୍ଟ୍ର, ଭାରତ ବର୍ଷ
ଅନୁସରେ ବିଶ୍ୱ ଯାହା ଆଦର୍ଶ
ଜ୍ଞାନ ବିଜ୍ଞାନରେ ସଦା ଉତ୍କର୍ଷ
ବେଦ ବେଦାନ୍ତର ସାର ନିଷ୍କର୍ଷ |
ଋଷି ମୁନିଙ୍କର ସାଧନା ସ୍ପର୍ଶ
ଦେବ ଲୀଳା ଭୂମି ପୁଣ୍ୟ ସରସ
ଶ୍ରୀରାମ ଶ୍ରୀକୃଷ୍ଣ ଲୀଳା ପୁରୁଷ
ଧର୍ମ ସ୍ଥାପି ଦେଖାଇଲେ ପୌରୁଷ |
ବୁଦ୍ଧ ଶଙ୍କରଙ୍କ ନୀତି ଆଦର୍ଶ
ଗାନ୍ଧୀଙ୍କ ଅହିଂସା ବିଶ୍ୱେ ପ୍ରଶଂସ୍ୟ
ନେତାଜୀ ସୁଭାଷ ବୀରତ୍ୱ ଯଶ
ସ୍ୱାଧୀନତା ପଥ କଲା ନିଷ୍କର୍ଷ |
ଇନ୍ଦିରା ଅଟଳ ଶାସ୍ତ୍ରୀଙ୍କ ଭାଷ୍ୟ
ଦେଶର ଗୌରବ କରେ ବିକାଶ
ମୋଦିଙ୍କ କୁହୁକେ ଅବନୀ ଵଶ
ଏକ ନମ୍ବର ଏ ଭାରତ ବର୍ଷ |
ଧର୍ମ ନିରପେକ୍ଷ ଆମରି ଦେଶ
ଦିଏ ବିଶ୍ୱ ଶାନ୍ତି ମୈତ୍ରୀ ସନ୍ଦେଶ
ଗୋ ଗଙ୍ଗା ତ୍ରିରଙ୍ଗା ଯହିଁ ସୁଦୃଶ୍ୟ
ଗୀତା ଭାଗବତ ବାଣୀ ପୀୟୂଷ |
ଯୋଗ ପ୍ରାଣାୟାମ ଆସନାଭ୍ୟାସ
ବିଶ୍ୱେ ବିତରିବା ଦିବ୍ୟ ପ୍ରୟାସ
ଅମୃତ ଉତ୍ସବେ ମନୋନିବେଶ
ବିଶ୍ଵଗୁରୁ ହେଉ ଆମରି ଦେଶ |
