STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନେତ୍ରେ ଆଙ୍କି ଥିଲେ ଛବି

ନେତ୍ରେ ଆଙ୍କି ଥିଲେ ଛବି

1 min
148


ପଞ୍ଚସଖା ବୋଲି      କେତେ ମୁଁ ଖୋଜିଛି

        ସନ୍ଧାନ ପାଇଲି ମୁହିଁ,

ଥିଲେ ସେହୁ ଭାଇ        ସଂସ୍କୃତି ରଚିତା

       ଖୋଜୁଥିଲି ଶାସ୍ତ୍ରେ ମୁହିଁ।

 

ଭକ୍ତିକବି ଥିଲେ         ଅନନ୍ତ ଦାସହେ

       ଥିଲେ ଯଶୋବନ୍ତ ଦାସ,

ତହିଁ ପୁଣି କବି         ଅଚ୍ୟୁତାନନ୍ଦହେ

       ଥିଲେ ଜଗନ୍ନାଥ ଦାସ।


ବଳରାମ ଦାସ        ଥିଲେ ଭକ୍ତିକବି

        ପଞ୍ଚସଖା ଚୈତନ୍ୟଙ୍କ,

ଓଡ଼ିଆ ସଂସ୍କୃତି          ଓଡ଼ିଆ ଅସ୍ତିତ୍ଵ

        ଦେଇଥିଲେ ଓଡିଆଙ୍କ।


ନେତ୍ରେ ଆଙ୍କି ଥିଲେ      ଦାରୁବ୍ରହ୍ମଙ୍କୁ ସେ

         ମନ୍ତ୍ରୀ ଥିଲେଟି ରାଜାଙ୍କ,

ଚୈତନ୍ୟ ଆଗରୁ      ପୁରୀ କ୍ଷେତ୍ରେ ପରା

         ବାସସ୍ଥାନଟି କବିଙ୍କ।


ପଞ୍ଚସଖା ମଧ୍ୟେ         ବଳରାମଙ୍କର

        ଅଛିଟି ବିଶେଷ ସ୍ଥାନ,

ଦାଣ୍ଡି ରାମାୟଣ      ରଚିଦେଲେ ସେହୁ

       ଦେଇଥିଲେ ପ୍ରଭୁ ଜ୍ଞାନ।

         

ଓଡ଼ିଆ ସେହୁହେ       ପୌରାଣିକ କବି

        ଦାରୁବ୍ରହ୍ମେ ତାଙ୍କ ଧ୍ୟାନ 

ସଂସ୍କୃତି ସଂସ୍କାର       ଦେଲେ ସଂସାରକୁ

        ନାମ ଗୁଞ୍ଜେ ଘନଘନ।


ସେହୁ ଦାରୁବ୍ରହ୍ମ        ବଡ଼ ଠାକୁରହେ

         ଜଗନ୍ନାଥ ମହାପ୍ରଭୁ,

ଛବି ଆଙ୍କିଥିଲେ        ଅଗାଧ ଭକ୍ତିରେ

         ଦେଉଳର ବଡ଼ ପ୍ରଭୁ।


କାଳିଆ କୃପାରୁ         ରଚନା ତାଙ୍କର

      ଛବି ନେତ୍ରେ ଆଙ୍କିଥିଲେ,

ସେହୁ ଛବି ବଳୁ        ରଚନା ତାଙ୍କର

       ଜଗତ ଶିକ୍ଷିତ କଲେ।


ଅସାଧ୍ୟ ସାଧନ         ଠାକୁରଙ୍କ ବଳୁ

       ସମ୍ଭବ ଟି ମୃତ୍ୟୁ ଧାମେ,

ନେତ୍ରେ ଆଙ୍କିଥିଲେ       ସବୁତ ସମ୍ଭବ

      ଆଙ୍କିଥିଲେ ପୁରୀ ଧାମେ


କେତେଯେ ରଚନା        କରିଛନ୍ତି କବି

       ତାଙ୍କ ପଟ୍ଟାନ୍ତର କାହିଁ,

ଜ୍ଞାନର ପ୍ରଦୀପ       ଜାଳି ଦେଲେ ହୃଦେ  

        କବି ବଳରାମ ଯହିଁ।


ନେତ୍ରେ ଆଙ୍କି ଥିବି        ଚକାନୟନକୁ

        ଗାଉଥିବି ନାମ ମୁହିଁ,

କବିତା ରଚନା          କରୁଥିବି ମୁହିଁ

        ଶକ୍ତି ଦିଅ କବି ତହିଁ।


ପଞ୍ଚସଖା ନାମ        ହୃଦେ ଗୁଞ୍ଜୁଥାଉ

       କବିତା ହେଉ ପ୍ରଭୁଙ୍କ,

ନେତ୍ରେ ଶକ୍ତି ଅଛି       ବ୍ରହ୍ମାଣ୍ଡ ଠାକୁର

       କବିତା ହେଉ ଜଗାଙ୍କ।




Rate this content
Log in

Similar oriya poem from Abstract