STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଶିକ୍ଷା ଆତ୍ମନିର୍ଭରର

ଶିକ୍ଷା ଆତ୍ମନିର୍ଭରର

1 min
191


ଚୁକ ଚୁକ କରନ୍ତି କୁକୁଡ଼ା ଛୁଆ,

ସୁନ୍ଦର  ଅତି  ଅପୂର୍ବ ଛୁଆ।

କାଲିରେ ଅଣ୍ଡାରୁ ବାହାର,

ଆଜିସେ ଗୃହରୁ ବାହାର।


ଆଗେ ଆଗେ ମା ଚାଲେ,

ମା ପଛରେ ଛୁଆ ଚାଲେ।

ପତଳା ତା ଗଡ଼ ଡେଣା ଭି ପତଳା।    

ଅତି ସୁନ୍ଦର ଅତି ସରଳା।


କଇଁକଇଁ କରି ମା ଡାକୁଥାଏ,

ଦୌଡ଼ି ଆସନ୍ତି କୁକୁଡ଼ା ଛୁଏ।

ଏପଟେ ସେପଟ କରନ୍ତି ମାଟି,

ଶସ୍ୟ ଖାଆନ୍ତି ସବୁତା ବାଣ୍ଟି।


ନ ଲାଗେ ଟଙ୍କା, ନ ଲାଗେ ଖର୍ଚ୍ଚ।।

ଧୀରେ ଧୀରେ କରିଣ ଡେଣା ମେଲାନ୍ତି,

ଏକ ଅନ୍ୟକୁରେ ଟାଣୁ ଥାନ୍ତି।

କରନ୍ତି ଝଗଡା ଛୁଆ ତହିଁ,


 ପୁଣ ସେ ମିଳନ୍ତି ପ୍ରେମରେ ଯହିଁ।

ନାହିଁରେ କ୍ରୋଧ ପ୍ରେମ ହିଁ ସେଠି।

ସୁନ୍ଦର ଅତି ପ୍ରେମ ହିଁ ସେଠି।।

କର୍ମ କରୁ ଥାନ୍ତି ଛୋଟ ଛୁଏ,


ଦିଅନ୍ତି ଶିକ୍ଷା ଆତ୍ମନିର୍ଭର ଟିଏ।

ପାଇଁ ମନୋରଞ୍ଜନେ ଲଢ଼ନ୍ତି,

ପ୍ରେମ ଓ ଶ୍ରଦ୍ଧାରେ ରୁହନ୍ତି।

ତୁମେ ମାନବ ଅଜ୍ଞାନୀ ନୁହଁହେ।

ନାହିଁଟି ଧ୍ୟାନ କିମ୍ପା କର୍ମେହେ?





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract