STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଚାରୋଟି କବିତା

ଚାରୋଟି କବିତା

1 min
181


       ଆକାଶ

ସଭିଙ୍କ ମୁଣ୍ଡରେ ଛାତଟିଏ ପରି

   ଠିଆ ହୋଇଅଛି ଯିଏ

ଦିନରାତି ସଦା ନିର୍ମଳ ମନରେ

   ଦେଖୁଥାଏ ଆହା ସିଏ

   ତା' ସମ ହୋଇବ କିଏ

ସୁରକ୍ଷା ଦେଉଛି ଉଦ୍ଭିଦ ପ୍ରାଣୀଙ୍କୁ

   ଭାବିକି ତା' କର୍ମ ଇଏ।

       

       ସମୁଦ୍ର

ଯିଏ ଯାହା ଦିଏ ଗ୍ରହଣ କରିକି

   ଫେରାଏ ଚଞ୍ଚଳମନେ

ପାଦ ଧୋଇବାକୁ ଆଦେଶ ପାଇକି

   ଅନେଇଥାଏ ସେ ଧ୍ଯାନେ

   କିବା ରାତି କିବା ଦିନେ

କର୍ତ୍ତବ୍ଯ ସାଧନେ ପରହିତେ ସଦା

   ଲାଗିଛି ସଦା ଜୀବନେ।

        

        ଝରଣା

ମିଠା ଜଳ ଦେଇ ଉଦ୍ଭିଦ ପ୍ରାଣୀଙ୍କୁ

   କୃତାର୍ଥ କରୁଛି ଆଜି

ମନ ହୃଦୟରେ ଅସରନ୍ତି ସ୍ବପ୍ନ

   ଗାଇକି ଝିଅଟେ ସାଜି

   କେବେ ଯାଏ ନାହିଁ ଭାଜି

କୁଳୁକୁଳୁ ସ୍ବରେ ଅହରହ ଆହା

   କାହାକୁ ଦେବ ସେ ଭିଜି।

        

        ପାହାଡ଼

ପାହାଡ଼ ଶିଖାଏ ଧୈର୍ଯ୍ଯ ରହିବାକୁ

   ଆସୁ ବା ଯେତେକ ଦୁଃଖ

ଛାତିକୁ ଦେଖାଇ ସହିବାର ଗୁଣ

   ଭାବିଛି ଏହା ହିଁ ସୁଖ

   ଡାକେ କି ହରି ହେ ରଖ

ଧନ୍ଯ ହେ ପାହାଡ଼ ତୁମ ଆଦର୍ଶକୁ

   ଏ ଜଗତ ଆଜି ଶିଖ।

        

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract