STORYMIRROR

Raja Sekhar CH V

Abstract Inspirational

3  

Raja Sekhar CH V

Abstract Inspirational

ନୀଳମଣି ନୀଳମାଧବ

ନୀଳମଣି ନୀଳମାଧବ

1 min
210

ନୀଳାଚଳରୁ ଦେଖୁଛନ୍ତି ନୀଳମଣି ନୀଳମାଧବ,

ବୁଝନ୍ତି ଶୁଣନ୍ତି ଭକ୍ତଙ୍କ ସମସ୍ତ ଅଜସ୍ର ଅକୁହା ଭବ,

ଭୁବନରେ ଦିଅନ୍ତି ଅଲୌକିକ ଅଭିନବ ଅନୁଭବ,

ନୀଳାଚଳିଆ ହେଉଛନ୍ତି ବରେଣ୍ୟ ବିଶିଷ୍ଟ ବିଭବ ।୧।


ନୀଳାଦ୍ରିବିହାରୀ ହେଉଛନ୍ତି କରୁଣାର ଅର୍ଣ୍ଣବ,

ତାଙ୍କ ସୁବର୍ଣ୍ଣଚରଣର ସନ୍ଦର୍ଶନ ଭୁଲାଏ ଅଭାବ,

ସଦାଚରଣ ସ୍ୱଭାବରୁ ବିତରଣ କରନ୍ତି ସଦ୍ଭାବ,

ଶାନ୍ତି ସଚେତନ ମନୋଭାବର କରାନ୍ତି ଆବିର୍ଭାବ ।୨।


ଜୟନ୍ତ ଜଗନ୍ନାଥଙ୍କ ସାହା ଭରସାରେ ଶୁଣି ହେବ ଘଣ୍ଟର ରବ,

ନୀଳାଚଳିଆଙ୍କ ଅଭୟରୁ ସମ୍ଭବ ହେବ ଜୟଘୋଷର ଅର୍ଣ୍ଣଭବ,

ଶ୍ରୀନାଥଙ୍କ ଆଶିଷ ନିର୍ଦ୍ଦେଶରୁ ହେବ ଭଜନ ସଙ୍କୀର୍ତ୍ତନର ଉଦ୍ଭବ,

ରାଜରାଜେଶ୍ବର ବେଶ ଦର୍ଶାଏ ରଙ୍ଗନାଥ ନୀଳାଦ୍ରିନାଥଙ୍କ ବୈଭବ ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract