STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଚକାଡୋଳା ଚକାନୟନ

ଚକାଡୋଳା ଚକାନୟନ

1 min
167

ପତିତପାବନ ଆମ ସମସ୍ତଙ୍କ ଚକାଡୋଳା ଚକାନୟନ

ତାଙ୍କରି ଡୋରିରେ ସୁରକ୍ଷିତ ଅଛି ଆମ ଅମୂଲ୍ୟ ଜୀବନ

ଶ୍ରୀନାଥ ଜଗନ୍ନାଥ ହେଉଛନ୍ତି ଜଗଜ୍ଜନଙ୍କର ଜଗଜ୍ଜୀବନ,

ମନ ମାନସ ସହିତ କରିଛନ୍ତି ଅକାଟ୍ୟ ଆତ୍ମୀୟ ବନ୍ଧନ,

ସମାଜରେ ବିସ୍ତାର କରନ୍ତି ନିଜ ଅସୀମ ଅମୃତ ବଚନ ।


ନିଜର ନୀତିସଙ୍ଗତ ଆଚରଣରୁ ଶିଖାନ୍ତି ଅନୁଶାସନ,

ପରମପୂଜ୍ୟ ପରଂବ୍ରହ୍ମ ପସନ୍ଦ କରନ୍ତି ପୀତ ବସନ,

ଚନ୍ଦନ ଲେପନ ଭଲ ପାଆନ୍ତି ମୋହନ ମଦନମୋହନ,

ଚକାନୟନଙ୍କ ବେଶ ଦର୍ଶନରୁ ସ୍ପନ୍ଦିତ ହୁଏ ହର୍ଷିତ ମନ,

ବହୁଜ୍ଞ ସର୍ବଜ୍ଞ ସର୍ବେଶ୍ୱର ସତତ ହେଉଛନ୍ତି ସର୍ବଜନୀନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract