STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହଜିଯାଇଛି

ହଜିଯାଇଛି

1 min
186

ଆଖିର ଚମକ

ମନର ଧଡ଼କ

ହସର ଚୁମ୍ବକ

ପୁରିଲା ଚିବୁକ

ହଁ ହଜିଯାଇଛି ଆଜି

ସେ ହାତଲେଖା ଚିଠିର

ନିର୍ମୋହି ପ୍ରେରକ।


ନିର୍ଭେଜାଲ ପ୍ରେମ

ତୋଫା ଗୋରା ଜହ୍ନ

ସମୟେ ଶ୍ରାବଣ

ସୁଗନ୍ଧ ଫଗୁଣ

ହଁ ହଜିଯାଇଛି ଆଜି

ସେ ଗୋଧୂଳି ଆକାଶେ

ନାରଙ୍ଗୀ ଆସ୍ତରଣ।


ବିଶୁଦ୍ଧ ନିଶ୍ବାସ

ସରଳ ବିଶ୍ବାସ

ବିମୁଗ୍ଧ ଆଶ୍ବାସ

ଜୀବନେ ଉଶ୍ୱାସ

ହଁ ହଜିଯାଇଛି ଆଜି

ଦିବସେ ତାରାର

ସମ୍ମୋହି ଆଭାସ। 


ଖାଦ୍ୟରେ ପୋଷଣ

ସୁଗନ୍ଧ ସୁମନ

ମାଟିରେ ଉର୍ବର

ଆକାଶର ନୀଳ

ହଁ ହଜିଯାଇଛି ଆଜି

ସେ ଶୀତେଇ ଦେଉଥିବା

ଚପଳ ପବନ।


ନିବିଡ଼ ସମ୍ପର୍କ

ଭାବର କୋଣାର୍କ

ସମାହିତ ତର୍କ

ଆତିଥ୍ୟ ସ୍ମାରକ

ହଁ ହଜିଯାଇଛି ଆଜି

ସେ ଯୌଥ ପରିବାରର

ଅନାବିଳ ଅର୍କ।


ଭକ୍ତିପୂର୍ଣ ଧର୍ମ

ତୃପ୍ତିକର ମର୍ମ

ସଂସ୍କାରିତ କର୍ମ

ଚରିତ୍ରର ବର୍ମ

ହଁ ହଜିଯାଇଛି ଆଜି

ସେ ଆବଦ୍ଧ ସ୍ବାଧୀନତାର

ଆଦର୍ଶ ପ୍ରବୀଣ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract