STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜଳୁଛି ଜୀବନ ..

ଜଳୁଛି ଜୀବନ ..

1 min
239

ପଲିଥିନ କୁଡ଼ିଆରେ

ଛିଣ୍ଡା ଛପର ଘରେ

ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ

ମୁନ୍ଦାଏ ପାଣି ପାଇଁ ଲାଗିଥିବା ଲମ୍ବା ଧାଡିରେ

ସଞ୍ଜବେଳେ ଲିଭି ଯାଉଥିବା ସହରରେ

ନିଗୁଡୁଥିବା ଲତପତ ଝାଳରେ

ଆଉଟୁ ପାଉଟୁ ହୁଏ ଜୀଵନ।


ଟଳି ପିଡ଼ିଥିବା ଗଛର ଗଣ୍ଡିରେ

ପତ୍ରହୀନ ଗଛ ଗୁଡ଼ାକର ଉତ୍ତପ୍ତ ଲୁହରେ

ପ୍ରକୃତିର ନିରସ ନିଃଶ୍ୱାସ ରେ

ଅସଂଖ୍ୟ ବିଦ୍ରୁପ ଭରା ହସରେ

ଖରାରେ ସିଝୁଥିବା ହୃତପିଣ୍ଡରେ

କଲବଲ ହୋଇ ଜଳୁଛି ଜୀଵନ।


ରାଜନୀତିର ବିଶ୍ୱାସଘାତରେ

କିଛି ଲୋଭୀ କୁକୁରଙ୍କ ଲାଳରେ

ସବୁ କିଛି ଗ୍ରାସ କରିଯିବାର ନିଶାରେ

ଅବେଳରେ ବେଳର ସନ୍ଧାନରେ

ବିକଳ ପ୍ରାଣ ଗୁଡ଼ାକ ରକ୍ତର ହୋଲିରେ

ବେସାହାରା ମଣିଷର ଆଖିର ଲୁହରେ

ଭଦ୍ର ଦାନବ ମାନଙ୍କ ଅତ୍ୟାଚାରରେ

ନିଷ୍ପେସିତ ହେଉଛି ଜୀଵନ।


ଗଛର ଗଣ୍ଡିରୁ ଉଙ୍କିମାରୁଥିବା କୁଆଁ ପତ୍ରରେ

ଭଙ୍ଗା କୁଡ଼ିଆକୁ ଯୋଡୁଥିବା ଆଶାରେ

ରଜନୀର ଶାନ୍ତ ଶୀତଳ ପବନରେ

ପୁଣି ଜୀଇଁବାର ଆଶା ଓ ବିଶ୍ୱାସରେ

ଅଙ୍କୁରିତ ହେଲାଣି ଜୀଵନ।

ହାରିବାର ଦୁଃଖକୁ ଭୁଲିଯାଇ, 

ଯୁଝିବାକୁ ଅଣ୍ଟା ଭିଡ଼େ ଜୀବନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract