STORYMIRROR

Nayak Akshaya raazhasti

Abstract

4  

Nayak Akshaya raazhasti

Abstract

ଭୋକ

ଭୋକ

1 min
421


ଚାଖଣ୍ଡେ ପେଟରେ

 ସାତ ଆଠ ଘେରା ଭୁଲି

 କଇଁ କଇଁ ରଡି ଦେଇପାରୁଥିବା

ନିତ୍ୟ ସତ୍ୟ ଦେହ ଵିଦେହ ଜୟୀ ସେ ଆବାହକ l

ସେ ସବୁରି ଆପଣାର

 ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷର

ଅନ୍ନର ରୂପାନ୍ତର l

ନିତି ଝାଳରେ ନସର ପଶର ହେଉଥିବା ଅଭାବୀ ମଣିଷର,

ଶୀତ ତାପ ନିୟନ୍ତ୍ରିତ କୋଠରୀର ବାବୁଭାୟାଙ୍କର,

ରୋଗୀର-ଭୋଗୀର ଆଉ ଯୋଗୀର ,

କୁଆଁ ଠାରୁ ଭୁଆଁ ଯାଏଁ

ସବୁ ଜୀବଜନ୍ତୁମାନଙ୍କର ପ୍ରମାଣିତ ଉପପlଦ୍ୟ l

ସେ ପୁନଶ୍ଚ ଅମରତ୍ୱ ପ୍ରାପ୍ତି ଅପ୍ରାପ୍ତି ଫଳ

 ଖିଳଅଖିଳ ବିଶ୍ୱ ବ୍ରହ୍ମାଣ୍ଡର ,

ନିଜେ ଜୀଇଁ ଅନ୍ୟକୁ ଜୀଆଁଏ

ଏଇଠି ସିଦ୍ଧି ଏଇଠି ସମାଧି

ଏଇଠି ବୁଦ୍ଧି ଏଇଠି ନିଧି

ସେ ଚିରକାଳ ଜାଗ୍ରତ 

ପ୍ରତିପାଦିତ ବ୍ରହ୍ମଅଂଶ ଏକ l

ତତଲା ନିଃଶ୍ୱାସ ବୁହେଇ

 ମୁହଁକୁ ଶୁଖେଇ

ଅଂଟା ପିଠିକୁ ନୁଏଇଁ

ଅଖି ମିଟି ମିଟି କରୁଥିବା ମୁହୂର୍ତ୍ତର ପୂର୍ଣ୍ଣ କାରକ l



Rate this content
Log in

Similar oriya poem from Abstract