ଚୁମ୍ବନ
ଚୁମ୍ବନ


ରକ୍ତିମ ଅଧର
ପ୍ରୀତିର ଆଧାର
ପ୍ରେମୀଦ୍ବୟଙ୍କ ଆଲେଖ୍ୟ,
ନୟନ ମିସାଣ
ତନ ମନ ଶାଣ
ଅଙ୍କିତ ଭାବମୟୁଖ l
ଶବ୍ଦାୟିତ ସ୍ପର୍ଶ
ସ୍ତବ୍ଦିଭୁତ ବିଶ୍ବ
ମୁହୂର୍ତ୍ତ ଏକାକାର,
ପ୍ରୀତି ଆଲିଙ୍ଗନ
ପ୍ରାପ୍ତି ମଧୁବନ
ଅଙ୍ଗ ପରାଗ ସାକାର l
ଅଙ୍ଗୁଳିର ଯାଦୁ
ସ୍ପର୍ଶ ଅଙ୍ଗ ଭେଦୁ
ଭେଦୁ ଅପୂର୍ବ ଶିହରଣ,
ଲେଖେ ବାରଂବାର
ମାଖେ ଇସ୍ତାହାର
ଚିତ୍ତବିକାର ହରଣ l
ଯଉବନ ମୋହ
ରକ୍ତ ମାଂସ ଦେହ
ପଲ୍ଲବୀ ଉଠେ ପରାଣ ,
କାମଶର ଚିହ୍ନ
କାମିନୀ ମୋହନ
କଳ୍ପିତ କାହାଣୀ ପୂରଣ l
ଛାତିର ଉତ୍କଣ୍ଠା
କରି ଭାଗବଣ୍ଟା
ପ୍ରେମୀ ଯୁଗଳ ଉଭା,
ପ୍ରଣୟ ମାଧୁରୀ
ପଣ ସ୍ବର୍ଗ ଶିରୀ
ଦିଫସଲି ଅଙ୍ଗ ଶୋଭା l