STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

3  

ନାୟକ ଅକ୍ଷୟ ରାଜହସ୍ତୀ

Romance

ପ୍ରତିଜ୍ଞାତ ମୋହ

ପ୍ରତିଜ୍ଞାତ ମୋହ

1 min
17


 ଆସକ୍ତି ନୁହଁ

ଆବେଗ ପ୍ରତି ଅନୁରକ୍ତି,

ଆତ୍ମୀୟ ପଣରେ ବେଗବାନ ଭାଷା ଉଦ୍ଧୃତିକୁ 

ପ୍ରୀତ କରୁଥିବା କାରକକୁ 

ପ୍ରୀତି ବୋଲି କହିଦେଲା ପରେପରେ

ନେଶିହୁଅନ୍ତି ସାତରଙ୍ଗ 

ଚଳଚଞ୍ଚଳ ତନୁରେ ମନରେ ,

ସପନରେ ପୁଣି ଗୋପନରେ

ଯାହାକୁ ଦେଖି ଆଶ୍ଚର୍ୟ୍ଯଚକିତ ହୁଏ

ବଣ୍ଟାମୂଲକର କଣ୍ଟାଫୁଲ l

ସତରେ କଣ ମଜଭୁତ ହେବ  

ମଧୁ ବର୍ଣ୍ଣବୋଧରେପ୍ରୀତି ପ୍ରତିଜ୍ଞା???

ଯୌବନର ମାଦକତା କି ଆଙ୍କି ପାରିବ

ଶାଶ୍ଵତ ଚିରନ୍ତନ ସତ୍ୟ ଚିତ୍ରପଟ୍ଟ???

ପୁଣି ହୋଇ କି ପାରିବ ସବୁଜମା

ସମ୍ପର୍କ ସବୁଜିମାରେ ???

ଯେଉଁଠି ଆଭାଯୁକ୍ତ ହେବ ବର୍ଣ୍ଣକାରକ

 ଆଖି ଓଠର ଖୁଲମ୍ ଖୋଲା ବିଜ୍ଞପ୍ତି 

"ମୁଁ ଏକା ତୁମର" ଅବା,

 "ତମେ କେବଳ ମୋର " ପରି

 ଅନୁବନ୍ଧିତ ପ୍ରତିଜ୍ଞାତ ମୋହରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance