STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Classics

3  

ନାୟକ ଅକ୍ଷୟ ରାଜହସ୍ତୀ

Classics

ଖରା ତରା

ଖରା ତରା

1 min
172

କୁଆଁ କୁଆଁ ରାବ ଛାଡିବାର

କେଇ ଦିନ ପରେ ପରେ

ନରମ ଦେହକୁ ସିଝେଇ ଦେଇଚି

କାକରିଆ ଖରାରେ

ବୁଢ଼ୀ ମା କଥାରେ

ଭିଟାମିନ ଡି ପାଇବା ଆଶାରେ ।

ଗୋଡ ହାତ ଛାଟି ପିଟି ହେଉଥିଲା

ବେଳେ ଲେଖି ଦେଉ ଥାଏ ଭାଗ୍ୟ ଭବିଷ୍ୟକୁ

ସୁରୁଜ ଦେବତା

ଦିନେନା ଦିନେ ପହିଲି ମାନ ହେବାକୁ ।

କିନ୍ତୁ...

ସଂସାର ଭିତରେ

କାମିନୀ କାଞ୍ଚନ ମାୟାରେ ବାୟା ହୋଇ

ଏବେ ଖୋଜୁଛି ଟିକେ ଶୀତଳ ଛାଇ,

ଦିନେ କି ଓଳିଏ ପାଇଁ ନୁହଁ,

ଖୋଜୁଛି ଅନ୍ଧାରିଆ ଛାଇ

ସବୁଦିନ ପାଇଁ ।



Rate this content
Log in

Similar oriya poem from Classics