STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ବାଉଳା ମନ

ବାଉଳା ମନ

1 min
157

ବାଉଳା ମନ କାହିଁକି ହେଉ ପଗଳା

ଆସିଛୁ ଏକେଲା ହୋଇ ସେମିତି ଯିବୁ ନ ନେଇ

ଧନ ରତ୍ନ କିଛି ହୋଇ ଉର୍ଦ୍ଧ ଲଙ୍ଗଳା।


କହୁଥିଲୁ ମୋର ମୋର ସଭିଏଁ କରିଲେ ପର

ଧନ ଦୌଲତ ଘର ପୁରି ରହିଥିଲା ତୋର

ସଭିଏଁ ହୋଇଲେ ଦୂର ହେଲୁ ଫୁଙ୍ଗୁଳା l


ଜାଣି ନ ଜାଣିଲୁ ତୁହି ଶୁଣି ତ ଶୁଣିଲୁ ନାହିଁ

ସଙ୍ଗେ ତୋ ଗଲେ କି କେହି ଅନ୍ତିମ କାଳର ଏହି

ଘଟଣା ଘଟିଲା ରହି ହେଲୁ ବାଉଳା l


ଯମ ଡାକରା ଆସିଲା ସ୍ନେହ ମମତା ତୁଟିଲା

କେଉଁ ଆଡେ ଧନ ଗଲା ଅପର ପର ହୋଇଲା

ଜନମ ବୃଥାରେ ଗଲା ଡଙ୍ଗା ବୁଡ଼ିଲା ।


Rate this content
Log in

Similar oriya poem from Tragedy