STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

3  

ନାୟକ ଅକ୍ଷୟ ରାଜହସ୍ତୀ

Romance

ପ୍ରୀତି ପତର

ପ୍ରୀତି ପତର

1 min
13


ବିନ୍ଦୁ ବିନ୍ଦୁ ଅନୁଭବ ମିଶା ଆବେଗ

କଥାବାର୍ତ୍ତା ହୁଅନ୍ତି ଛାତି ସରସୀରେ

ଢୋକେ ଢୋକେ ପିଆନ୍ତି 

ଓଠ, ମନକୁ l

ଏମିତି ବି ହୁଏ ...

କେବେ କେବେ ଡାହାଣ ହାତ ଓ ପାଦ

ଆଗେଇ ଯାଆନ୍ତି

 ଇପ୍ସିତ ବସ୍ତୁ ନିକଟକୁ

ନିଜକୁ ହଜେଇ ଦେବାକୁ 

ଛଳଛଳ ଭାବ ସମୁଦ୍ରରେ

ଆଉ କେବେ ପୁଣି

ଉଆଂଶ ତିଥିରେ ଚାନ୍ଦ ଦେଖି

ଲେଖୁ ଲେଖୁ ଲେଖିଦିଏ

ନିକଟ ଭବିଷ୍ୟତରେ

ହେବାକୁ ଥିବା କ୍ରିୟା,ପ୍ରତିକ୍ରିୟା

ଦିନିକିଆ ଅବା ସବୁ ଦିନିଆଁ

ମାରିଦେଇ ଲମ୍ବା ତୀରଟିଏ

ପ୍ରୀତି ପତରକୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance