ପ୍ରୀତି ପତର
ପ୍ରୀତି ପତର


ବିନ୍ଦୁ ବିନ୍ଦୁ ଅନୁଭବ ମିଶା ଆବେଗ
କଥାବାର୍ତ୍ତା ହୁଅନ୍ତି ଛାତି ସରସୀରେ
ଢୋକେ ଢୋକେ ପିଆନ୍ତି
ଓଠ, ମନକୁ l
ଏମିତି ବି ହୁଏ ...
କେବେ କେବେ ଡାହାଣ ହାତ ଓ ପାଦ
ଆଗେଇ ଯାଆନ୍ତି
ଇପ୍ସିତ ବସ୍ତୁ ନିକଟକୁ
ନିଜକୁ ହଜେଇ ଦେବାକୁ
ଛଳଛଳ ଭାବ ସମୁଦ୍ରରେ
ଆଉ କେବେ ପୁଣି
ଉଆଂଶ ତିଥିରେ ଚାନ୍ଦ ଦେଖି
ଲେଖୁ ଲେଖୁ ଲେଖିଦିଏ
ନିକଟ ଭବିଷ୍ୟତରେ
ହେବାକୁ ଥିବା କ୍ରିୟା,ପ୍ରତିକ୍ରିୟା
ଦିନିକିଆ ଅବା ସବୁ ଦିନିଆଁ
ମାରିଦେଇ ଲମ୍ବା ତୀରଟିଏ
ପ୍ରୀତି ପତରକୁ l