STORYMIRROR

Writer Roja Panda

Romance

3  

Writer Roja Panda

Romance

ପବିତ୍ର ଆକର୍ଷଣ

ପବିତ୍ର ଆକର୍ଷଣ

1 min
13.7K




ଆସିଛି ଯାଇଛି ଅନେକ ଫଗୁଣ

ଶ୍ରାବଣ ବି ମୋର ଜୀବନେ

ପ୍ରଥମଥର ମୁଁ ଅନୁଭବ କଲି ତୁମସାଥେ ମିଶି ଏକାସଙ୍ଗେ

ଶ୍ରାବଣ ଆଉ ଫଗୁଣକୁ ଶ୍ରାବଣୀ ଆଖିର ଦର୍ପଣେ ...................


ଇନ୍ଦ୍ରଧନୁ ରଙ୍ଗ ଖେଳାଇଲ ତୁମେ

ବେରଙ୍ଗୀ ଏଇ ମୋ ଜୀବନେ

କମ୍ପିତ ଓଠରେ ଭରିଦେଲ ହସ

ଆସି ମୋର ସାନ୍ଧ୍ୟ ସ୍ୱପନେ


ମହା ଜଳଧି ପରି ତୁମ ହୃଦୟ

ଅସୀମ ଆଉ ଅନନ୍ତ

କରିଦେଲା ମନକୁ ମୋର

ପାହାଡି ଝରଣା ପରି ଚଞ୍ଚଳ ଓ ଜୀବନ୍ତ


ଦେଲ କେତେ ପ୍ରତିଶୃତି ପୁଣି

ଆକାଶ ପରି ଅନର୍ଯ୍ୟାପ୍ତ ଭରଷା

ଶିଖାଇଲ ହାତଧରି ବଞ୍ଚିବାର ରାହା

ଆଉ ଭଲପାଇବାର ନିଶା


ସେଇଥିପାଇଁ ତ ଭୁଲି ମୁଁ ପାରେନା

ମୋର ଏ ପ୍ରଥମ ପ୍ରେମକୁ

ଯେତେ ବାଧା ଯେତେ ଅସୁବିଧା ଆସୁ

ଭୁଲିପାରେନା ମୁଁ ତୁମକୁ


ସିନ୍ଦୁର ତୁମର ଭରିଦେଲା ମୋର

ଖାଲି ସୀମନ୍ତକୁ ଆଜି

ହାତଧରି ତୁମ ଚାଲି ମୁଁ ଆସିଲି

ତୁମ ଅର୍ଦ୍ଧାଙ୍ଗିନୀ ସାଜି


ପୂର୍ଣ୍ଣମୀ ଜହ୍ନର ସ୍ୱଚ୍ଛ ହୀରା ପରି

ତୁମ ଏ ପବିତ୍ର ପ୍ରେମ

ଶାଶ୍ୱତ, ଅମର ଆଉ ନିରାମୟ

ମୋପାଇଁ ଅମୃତ ସମ



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ-753010

E Mail-roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance