ଆସିବ ପ୍ରିୟା
ଆସିବ ପ୍ରିୟା
ଆସିବ ବୋଲି କହିଛି ପ୍ରିୟା
ଆସିବ ହେଲାଣି ସମୟ
ମନ ମନ୍ଦିରେ ବସିବ ସିଏ
ସଜେଇ ରଖିଛି ହୃଦୟ ॥
ତୋଳି ରଖିଚି ପ୍ରୀତି କୁସୁମ
ଅଳି ସେ କରିବ ଯେବେ
ସମର୍ପିଦେବି ସବୁ ତା'ପାଶେ
ଭୁଲି ପାରିବନି କେବେ ॥
ସଂପର୍କ ଆମ ଅତୁଟ ପ୍ରେମ
ବୁଝି ପାରିବେନି କେହି
ଦେଖିଲା ବାଲା ଉପରବାଲା
ଇର୍ଷାରେ ଜଳିବ ମହୀ ॥
ମରିବୁ ଆମେ ଏକାଠି ପ୍ରେମେ
ବଞ୍ଚିବୁ ଏକାଠି ହୋଇ
ହାରିବୁନାହିଁ ଦୁନିଆ ପାଶେ
ଆମେ ନବ ପ୍ରେମୀ ଦୁଇ
ସ୍ୱର୍ଣ୍ଣ ଅକ୍ଷରେ ହେବ ଲିଖିତ
ଆମ ପ୍ରେମ ଇତିହାସ
ବିଶ୍ଵାସ ମୋର ଆସିବ ପ୍ରିୟା
ନିଶ୍ଵାସେ ହୋଇ ପ୍ରକାଶ ॥
ଶରତ ଚନ୍ଦ୍ର ଜାଲି,ପଥରା
ତା:୩୦/୪/୦୧୮