STORYMIRROR

Sarat Jal

Others

2  

Sarat Jal

Others

ଗଳ୍ପ ଓ କବିତା

ଗଳ୍ପ ଓ କବିତା

1 min
6.8K



କବିତା ଲେଖି ସେଣ୍ଟ

କରିଦେଲେ ....

ହ୍ୱାଟସାପ୍ ଅବା ଫେସବୁକ୍ ରେ

କମେଟସ୍ ଆସେ...

ନାଇସ୍...ଭେରି ନାଇସ୍

କିନ୍ତୁ...କିଏ କେବେ ବୁଝିଛି ?

ଅବା କିଏ ପଚାରିଛି ?

ଏଇ ଭାବଭରା କବିତା,

ଏଇ ପ୍ରେମଗର୍ଭା କବିତା,

ଶଦ୍ଦଜାଲରେ ଛନ୍ଦା ହେଇଥିବା କବିତା,,

ମୁଁ କାହିଁକି ଲେଖେ ?

କାହାପାଇଁ ଲେଖିଛି ବୋଲି.....


ଗଳ୍ପଟି ଲେଖି

ପାଠକଙ୍କ ସମ୍ମୁଖରେ

ପାଠ କରିଦେଲେ

ଆଲୋଚନାଚକ୍ର କି ସଭାସମିତିରେ ,

ବାଃ.....ବାଃ....କୁହନ୍ତି

ତାଳିର କରୁଣାବର୍ଷା

ଅଜାଡି ଦିଅନ୍ତି ।

କିନ୍ତୁ...କିଏ କେବେ ଫୋନ କରିଛି ?

ଅବା କିଏ ଚିଠି

ଟେ ଲେଖିଛି ?

ଏଇ ଦୁଃଖଭରା ଗଳ୍ପ,

ଏଇ ସନ୍ତାପିତ ଗଳ୍ପ,

ମନକୁ ଆନ୍ଦୋଳିତ କରୁଥିବା ଗଳ୍ପ,,

ମୁଁ କାହିଁକି ପାଠ କରେ ?

କାହାପାଇଁ ପାଠ କରୁଛି ବୋଲି ।


ଦିନେ ସମୟ ମତେ ପଚାରିଥିଲା,

କୁହ..

ଗଳ୍ପକବିତା ଲେଖିବାର,

ପାଠକରିବାର

ଅଭିପ୍ରାୟ ତୁମର .....

ମୁଁ ସମୟକୁ କହିଥିଲି

ସମୟ ଶୁଣି ଅଶ୍ରୁଳ ନୟନରେ

ଫେରି ଯାଇଥିଲା

ସେଇଦିନୁ ସମୟ

ପିଠିକରି ଯାଇଛି

ଆଉ ମୁହଁକରି ଆସିବାର...

ନାଁ ଧରୁନି

ଖାଲି ଆସିଛି ଭାବନା,ବେଦନା

ଆଉ ଲେଖିବାର ନୂଆ...

ନୂଆ ସାଧନା........


ଶରତ ଚନ୍ଦ୍ର ଜାଲି

ତା:୧୯/୦୮/୦୧୮


Rate this content
Log in