ଆଶା
ଆଶା
1 min
6.8K
ଭକତିରେ ତୋର ପାଗଳ ହୋଇ ମୁଁ
ମୁକତି ମାଗିବି ନାହିଁ
ମୁକତି କାହିଁକି ମାଗିବି କାଳିଆ
ତୁ ପରା ମୋ ଭାବଗ୍ରାହୀ ।
ବଡଦାଣ୍ଡେ ତୋର ବଡ ଆଶା ନେଇ
ଦାସାନୁଦାସ ମୁଁ ହୋଇଛି
ଜନ୍ମଜନ୍ମାନ୍ତରେ ଅନ୍ତରେ ବାହାରେ
ନିରନ୍ତର ତତେ ଖୋଜିଛି ॥
ଖୋଜିବାର ଅନ୍ତ ଏ ଜନମେ ପ୍ରଭୂ
ଅନ୍ତିମେ ଦର୍ଶନ ମିଳୁ
ଅାଶା ମୋର ଆଉ ନିରାଶା ନକର
ଜଗବନ୍ଧୁ ହେ କୃପାଳୁ ॥
ଶରତ ଚନ୍ଦ୍ର ଜାଲି
ତା:୨୦/୦୮/୦୧୮
ଶୁଭ ସକାଳର ଅଭିନନ୍ଦନ