STORYMIRROR

Sarat Jal

Tragedy

3  

Sarat Jal

Tragedy

ପ୍ରିୟ ବାଜପେୟୀ

ପ୍ରିୟ ବାଜପେୟୀ

1 min
13.2K


ଧାରା ଶିରାବଣେ ପବିତ୍ର ଲଗନେ

ହୋଇଗଲ ଅସ୍ତମିତ

ହେ ମହାନାୟକ ମାର୍ଗ ପ୍ରଦର୍ଶକ

କାନ୍ଦୁଛି ସାରା ଭାରତ ॥


ପଦ୍ମବିଭୂଷଣ ,ଭାରତ ରତନ

ଆଜନମ ବ୍ରହ୍ମଚାରୀ

ପ୍ରବାଦ ପୁରୁଷ ପ୍ରଖ୍ୟାତ ଲେଖକ

ପ୍ରିୟ ଅଟଳ ବିହାରୀ ॥


ଅଟଳ ତୁମେତ କାୟ,ମନେ,ବାକ୍ୟେ

ଅଚଳ ତୁମରି ଛବି

କୋଟି ଜନତାଙ୍କ ହେ ଜନନାୟକ

ଭାବୁକ,ପ୍ରେମିକ,କବି ॥


ମଧ୍ୟପ୍ରଦେଶର ଗୁଆଲିଅର ଗ୍ରାମେ

ଜନମିଲ ବଡଦିନେ

ବଡ ହେଇ ତୁମେ ବଡକାମ କଲ

ଏଇ ମରତ ଭୁବନେ ॥


ତିନିଥର ଥିଲ ପ୍ରଧାନମନ୍ତିରି

ମାଟି ମାଆ ଭାରତର

ଦେଶର ସେବାରେ ଜୀବନ ସମର୍ପି

ରାଜା ଥିଲ କ୍ଷମତାର ॥


ପକିସ୍ତାନ ସାଥେ ବନ୍ଧୁତ୍ୱ ସ୍ଥାପନ

ତୁମରି ପରିକଳ୍ପନା

ମହାନନେତା ହେ ରାଜନୀତି କ୍ଷେତ୍ରେ

ଉଡାଇଲ ଯଶବାନା ॥


ପ୍ରିୟ ବାଜପେୟୀ ଶୋକରେ ଭସେଇ

ଚାଲିଗଲ ବହୁଦୂରେ

ତୁମେତ ରହିଛ ମନରେ ବାଣୀରେ

ଆମରି ହୃଦୟ ଘରେ ॥


ମରିନାହଁ ତୁମେ ଅମରତ୍ୱ ଧାମେ

ଚିର ଜାଜ୍ୱଲ୍ୟମାନ

ହେ ସ୍ୱର୍ଗଯାତ୍ରୀ,ଅଶ୍ରୁଳ ନୟନେ

କରୁଛି ଶତ ପ୍ରଣାମ ॥


ଶରତ ଚନ୍ଦ୍ର ଜାଲି

ତ:୧୬/୦୮/୦୧୮


Rate this content
Log in

Similar oriya poem from Tragedy