STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

ମିତଣି ! ତୋ ସ୍ନେହେ

ମିତଣି ! ତୋ ସ୍ନେହେ

1 min
13.1K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ମିତଣି ! ତୋ ସ୍ନେହେ ମୁଁ ବନ୍ଧା ହେଲିଟି

ତୋ ନୂଆ ପୀରତି ଭୁଲାଇଲା ମତି

ପରାଣ ତୋ ପାଶେ ମୂରୁଛି ଦେଲିଟି ।୦।

ଆଡନୟନରେ ଚାହିଁ ଥରେ ଥରେ

ଅନ୍ତରେ ପ୍ରୀତି ନିଆଁ ଦେଲୁ ଜାଳିଟି ।୧।

ଗୋଲାପୀ ଅଧରେ ହସି ଦେଇ ଥରେ

ମରମେ ଫୁଟାଇଲୁ ପ୍ରେମ କଳିଟି ।୨।

ନୟନର କୋଣେ ନାଚେ ଅନୁକ୍ଷଣେ

ତୋର ସେ ମତ୍ତ ଗଜ ଝୁଲା ଚାଲିଟି ।୩।

ଆଗୋ ନବ ବାଳି ! ହେଲୁ ଜପା ମାଳି

ତୋ ଧ୍ୟାନେ ଜୀବନ ଦେଲି ମୁଁ ଢାଳିଟି ।୪।

ତୋର ପ୍ରେମ ବିନା ଘାରି ହେବି ସିନା

ତୋ ଲାଗି ଅନ୍ତର ହେବ ମୋ ଖାଲିଟି ।୫।

ଶ୍ରୀ ଅନୁପ ଲାଗି ନ ହୁଅ ବିରାଗୀ

ତୋ ସ୍ନେହ ଊଣା ହେଲେ ସରି ଗଲିଟି ।୬।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics