STORYMIRROR

Anirudha Kund

Classics

4  

Anirudha Kund

Classics

ପ୍ରଭୁ କରୁଣା ବାରିଧି

ପ୍ରଭୁ କରୁଣା ବାରିଧି

1 min
594


ଅନାଥର ନାଥ ଆହେ ଜଗନ୍ନାଥ 

   ପ୍ରଭୁ କରୁଣା ବାରିଧି 

ମୁହିଁ ପରା ଦାସ ଧର ନାହିଁ ଦୋଷ

   ଯଦି ମୁହିଁ ଅପରାଧି ॥୦॥


 ତୁମ ଭାବେ ହରି ତୁମକୁ ତ ଧରି

    ଭୁଞ୍ଜାଉଛି ଏଇ ଦାସ 

ନଦେଲେ ଯେ ଭାବ ଦାସ କି କରିବ

    ଚିନ୍ତିବ ହେ ପୀତବାସ

ଯାହା ମୁଁ କରଇ ଯାହା ମୁଁ ଚିନ୍ତଇ

     ସବୁ ପରା ତୁମ ବୁଦ୍ଧି ॥୧॥

     

ତୁମରି ଇଙ୍ଗିତେ ତୁମରି ସଙ୍ଗୀତେ

   ନାଚୁଥାଏ ମୁହିଁ କେତେ

ହୃଦୟରେ ରହି ଆହେ ଭାବଗ୍ରାହୀ 

   ନଚାଉଛ ପରା ମୋତେ

ଅଭିମାନ କଲେ କିସ ହେବ ପ୍ରଭୁ

   ଏହା ତ ତୁମରି ବିଧି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics