ଚିନ୍ମୟୀ ମାତା
ଚିନ୍ମୟୀ ମାତା
ମାଆ ବୋଲି ଥରେ ଡାକିଦେଲେ ତୋତେ
ସମ୍ମୁଖେ ହୁଅ ତୁ ଠିଆ
ମାଗିବା ଆଗରୁ ମନ ଜାଣି ଯାହା
ଯୋଗାଇଦେଉ ତୁ ତାହା
ସାହା ମୋର ଆଦି ମାଆ ।୧। (୨ଥର)
ଆନନ୍ଦମୟୀ ତୁ କରୁଣାମୟୀ ଲୋ
ଜ୍ଞାନମୟୀ, କୃପାମୟୀ
ଚୈତନ୍ୟମୟୀ, ବିଜ୍ଞାନମୟୀ
ପ୍ରେମମୟୀ, ସତ୍ୟମୟୀ।୨।
କିପରି ବର୍ଣ୍ଣିବି ତୋ କରୁଣା ଗାଥା
ଅବର୍ଣ୍ଣନୀୟ ସେ କଥା
କୃତଜ୍ଞତା ଯେତେ ଦେଲେ ତୋତେ ସତେ
ରହିଯିବ ହୋଇ ଅଧା ।୩।
ମହାମାହେଶ୍ଵରୀ, ମହାସରସ୍ଵତୀ
ମହାଲକ୍ଷ୍ମୀ, ମହାକାଳୀ
ଦିବ୍ୟ ଜନନୀଙ୍କ ଏ ଚତୁର୍ଦ୍ଧା ରୂପ
ଯୁଗେ ଯୁଗେ ଅଛି ପୁଣି ।୪।
ତୋ ଆଖିରେ ମାଆ ମିଶାଇଦେଲେ
ମୋର ଦୁଇଟି ଆଖି
ଶରୀରରେ ଯେଉଁ ଶିହରଣ ଖେଳେ
ହୁଏ ନାହିଁ ତାକୁ ରୋକି ।୫।
ତୋ ପାଦ ଉପରେ ଥୋଇଦେଲେ ମଥା
ମିଳେ ଯେଉଁ ଆଶୀର୍ବାଦ
ଆଶୀର୍ବାଦ ଖାଲି ନୁହଁଇ ମାଆଲୋ
ତାହା ମୋ ପାଇଁ ପ୍ରସାଦ
ସେଥିରେ ମୁହିଁ ଆନନ୍ଦ ।୬।
ମାଆ ବୋଲି ଥରେ........
