STORYMIRROR

Dr Santosh Kumar Panda

Classics

4  

Dr Santosh Kumar Panda

Classics

ଚିନ୍ମୟୀ ମାତା

ଚିନ୍ମୟୀ ମାତା

1 min
421


 ମାଆ ବୋଲି ଥରେ ଡାକିଦେଲେ ତୋତେ

 ସମ୍ମୁଖେ ହୁଅ ତୁ ଠିଆ

 ମାଗିବା ଆଗରୁ ମନ ଜାଣି ଯାହା

 ଯୋଗାଇଦେଉ ତୁ ତାହା

 ସାହା ମୋର ଆଦି ମାଆ ।୧। (୨ଥର)

 ଆନନ୍ଦମୟୀ ତୁ କରୁଣାମୟୀ ଲୋ

 ଜ୍ଞାନମୟୀ, କୃପାମୟୀ

 ଚୈତନ୍ୟମୟୀ, ବିଜ୍ଞାନମୟୀ

 ପ୍ରେମମୟୀ, ସତ୍ୟମୟୀ।୨।

 କିପରି ବର୍ଣ୍ଣିବି ତୋ କରୁଣା ଗାଥା

 ଅବର୍ଣ୍ଣନୀୟ ସେ କଥା

 କୃତଜ୍ଞତା ଯେତେ ଦେଲେ ତୋତେ ସତେ

 ରହିଯିବ ହୋଇ ଅଧା ।୩।

 ମହାମାହେଶ୍ଵରୀ, ମହାସରସ୍ଵତୀ

 ମହାଲକ୍ଷ୍ମୀ, ମହାକାଳୀ

 ଦିବ୍ୟ ଜନନୀଙ୍କ ଏ ଚତୁର୍ଦ୍ଧା ରୂପ

ଯୁଗେ ଯୁଗେ ଅଛି ପୁଣି ।୪।

ତୋ ଆଖିରେ ମାଆ ମିଶାଇଦେଲେ

ମୋର ଦୁଇଟି ଆଖି

ଶରୀରରେ ଯେଉଁ ଶିହରଣ ଖେଳେ

ହୁଏ ନାହିଁ ତାକୁ ରୋକି ।୫।

 ତୋ ପାଦ ଉପରେ ଥୋଇଦେଲେ ମଥା

 ମିଳେ ଯେଉଁ ଆଶୀର୍ବାଦ

 ଆଶୀର୍ବାଦ ଖାଲି ନୁହଁଇ ମାଆଲୋ

 ତାହା ମୋ ପାଇଁ ପ୍ରସାଦ

 ସେଥିରେ ମୁହିଁ ଆନନ୍ଦ ।୬।

 ମାଆ ବୋଲି ଥରେ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics