STORYMIRROR

Dr Santosh Kumar Panda

Others

4  

Dr Santosh Kumar Panda

Others

ବର୍ଷା ରାଣୀ

ବର୍ଷା ରାଣୀ

1 min
306

ବର୍ଷା ହୁଁ ହୁଁ ବର୍ଷା

   ବର୍ଷା ହୁଁ ହୁଁ ବର୍ଷା,

ତୁମେ ତପତ ଧାରାର ଆଶା,

 ପ୍ରାଣୀଜଗତ ସାହା ଭରସା।

ବର୍ଷା ହୁଁ ହୁଁ ବର୍ଷା

  ବର୍ଷା ହୁଁ ହୁଁ ବର୍ଷା,

ତୁମେ ପ୍ରେମୀ ଯୁଗଳଙ୍କ ନିଶା,

କବିକୁଳଙ୍କ ମଧୁର ଭାଷା।

ବର୍ଷା ହୁଁ ହୁଁ ବର୍ଷା

   ବର୍ଷା ହୁଁ ହୁଁ ବର୍ଷା,

ମଉସୁମୀ ଶ୍ରାବଣର ସଖା,

କର ତୃଷାର୍ତ୍ତ ଚାତକ ରକ୍ଷା।

ବର୍ଷା ହୁଁ ହୁଁ ବର୍ଷା

   ବର୍ଷା ହୁଁ ହୁଁ ବର୍ଷା,

ଦାର୍ଶନିକର ଦର୍ଶନ କକ୍ଷା,

ତୁମେ ବିଜ୍ଞାନାଗାର ପରୀକ୍ଷା।

ବର୍ଷା ହୁଁ ହୁଁ ବର୍ଷା

   ବର୍ଷା ହୁଁ ହୁଁ ବର୍ଷା,

ତୁମେ ଶିଖୀର ସୁନ୍ଦର ଲଞ୍ଜା,

ଇନ୍ଦ୍ରଧନୁର ରଙ୍ଗୀନ ଛିଟା।

ବର୍ଷା ହୁଁ ହୁଁ ବର୍ଷା

   ବର୍ଷା ହୁଁ ହୁଁ ବର୍ଷା,

ତୁମେ ଶୁଷ୍କ ତଟିନୀର ଧାରା,

ଶସ୍ୟ କ୍ଷେତର ଫସଲ କେରା

ବର୍ଷା ହୁଁ ହୁଁ ବର୍ଷା

   ବର୍ଷା ହୁଁ ହୁଁ ବର୍ଷା,

ତୁମେ ଆଗମନେ ଦେଖ ସଜ୍ଜା,

ବାଣ, ରୋଷଣୀ ମହୁରୀ ବାଜା।

ବର୍ଷା ହୁଁ ହୁଁ ବର୍ଷା

   ବର୍ଷା ହୁଁ ହୁଁ ବର୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍