STORYMIRROR

Dr Santosh Kumar Panda

Classics

4  

Dr Santosh Kumar Panda

Classics

ସୁରକ୍ଷା କବଚ

ସୁରକ୍ଷା କବଚ

1 min
242

ହାତରେ ବାନ୍ଧିଲି ରାକ୍ଷୀଟିଏ ମୁଁ ଯେ

    କପାଳେ ଦେଲି ଚନ୍ଦନ,

ଜନ୍ମ ଜନ୍ମ ପାଇଁ ରହିଥାଉ ପ୍ରୀତି

    ଅତୁଟ ଏହି ବନ୍ଧନ।


ଛୁଇଁ ଦେଇ ମଥା ଦେଲି ଏହି କଥା

   ହୋଇବି ରକ୍ଷା କବଚ,

ଆସୁ ଯେତେ ବାଧା, ଝଡ଼ ଓ ବତାସ

    ଟାଳିବି ହୋଇ ପର୍ବତ।


ସୂତା ଖିଅଟିଏ ନୁହେଁ ଇଏ ଖାଲି

    ଏତ ମମତାର ଡୋରି,

ଜୀବନର ସାଥେ ବନ୍ଧା ହୋଇଗଲା

   ଅନ୍ୟ ଜୀବନ ଦଉଡ଼ି।


ଜାତି, ବର୍ଣ୍ଣ ଭୁଲି ହୃଦୟକୁ ଖୋଲି

    ବାନ୍ଧିବା ରକ୍ଷାର ସୂତ୍ର,

ଏକତା ଡୋରରେ ଗୁନ୍ଥି ଏକ ମାଳ

   କରିବା ସର୍ବେ ଏକତ୍ର।


ସମରସତାର ଭାବ ଆଣିଥାଏ

   ପବିତ୍ର ରକ୍ଷା ବନ୍ଧନ,

କାଇଁ କେଉଁ କାଳୁ ପ୍ରଚଳିତ ଇଏ

    ଭ୍ରାତୃତ୍ଵର ନିଦର୍ଶନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics