ପଣତକାନି
ପଣତକାନି
ସାରା ସଂସାରର
ମିଳିଯାଏ ସୁଖ,
ଭୁଲିଯାଏ ଶୋଷ
ଭୁଲିଯାଏ ଭୋକ।
ପରଶ ପାଇ ତା
ଭୁଲେ ସବୁ ଦୁଃଖ,
ଛାଇ ହୋଇ ରହେ
ଏ ଜୀବନ ଯାକ।
କାଳ କରେ ଭୟ
ଛୁଇଁବାକୁ ଦେହ,
ଅରି ଯାଏ ଥରି
ଦେଖି ତା'ର ମୁହଁ।
ଶ୍ରାବଣର ଧାରା
ଅବା ଟାଣ ଖରା,
ଧୂଳିର ପସରା
ଦୂରେ ରହେ ପରା।
ଧନ ନ ଥାଇ ବି
ସବୁଠାରୁ ଧନୀ,
ଯା ପାଖରେ ଥାଏ
ମା' ପଣତକାନି।