STORYMIRROR

Dr Santosh Kumar Panda

Classics

3  

Dr Santosh Kumar Panda

Classics

ମାଟି ମାଆ

ମାଟି ମାଆ

1 min
124


ମାଟିର ମଣିଷ ମାଟିରେ ମିଶିବ

 ଜାଣିଛି ଏ କଥା ଭଲେ,

 ମାଆର ପରଶ ଛାଡ଼ି ସେ ଯେ ପୁଣି

 ଶୋଇବ ମାଟିର କୋଳେ।


ସେଥିପାଇଁ ସିନା ମାଆ ମାଟିକୁ କେ

ପାଏରେ ସବୁଠୁ ଭଲ ,

ସୁଝି ହେବ ନାହିଁ ମାଆ ମାଟି ଋଣ

 ଅମୂଲ ତାହାର ମୂଲ।


ଏନ୍ତୁଡ଼ିଶାଳର ନିଆଁ ଠାରୁ ପୁଣି

 ଜୁଇକାଠର ସେ ନିଆଁ,

ଏଇ ଦୁଇ ନିଆଁ ଉଷ୍ମତା ଭିତରେ 

 ଶୀତଳ ମାଟିର ଛାୟା।


ଅଳିଆକୁ ନେଇ ଖତ କରେ ସେହି

  ବଢନ୍ତି ପାଦପ ଲତା,

ସୁଗନ୍ଧ କୁସୁମ ସୁମଧୁର ଫଳ

  ଆହା ସତେ କେଡ଼େ ମିଠା।


 ବକ୍ଷ ତାର ଚିରି ଜଳଧାର ବହେ

   ଅମୃତ ଦୁଗଧ ସମ,

ମୃଦୁ ମନ୍ଦ ବାଆ ବହଇ ସଧୀରେ

   କାୟା ପୀଡା ଉପଶମ।


ଅଳି ଅରଦଳି ସହୁଛି ସବୁ ସେ

     ବହେ ସଭିଙ୍କର ଭାରା,

ପଞ୍ଚ ତତ୍ତ୍ଵ ମଧ୍ୟେ ସାର ଅଟେ ମାଟି

   ଅଟେ ସନ୍ତାନ ବତ୍ସଳା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics