STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

2 mins
381


ଶ୍ରବଣ କୁମାର କାହାଣୀ ପ୍ରାୟତଃ

ପଠନ ଯୋଗ୍ୟ ବିଷୟ

ଚଳନ୍ତି ଦେବତା ଆମ ପିତାମାତା

କାହାଣୀ ରୁ ଶିକ୍ଷଣୀୟ

ନିଜ ପିତାମାତା ବୃଦ୍ଧ ଅବସ୍ଥାରେ

କ୍ରମେ ହେଲେ ଉପନୀତ 

ଅଙ୍ଗ ପ୍ରତ୍ୟଙ୍ଗ ରେ ଶିଥିଳତା ଭାବ

ସହଜେ ପରିଲକ୍ଷିତ

ସାମାଜିକ ତଥା ସଂସ୍କାର ପୂର୍ବକ

ପୁତ୍ରର ଗୁରୁ ଦାୟିତ୍ବ 

ପିତାମାତାଙ୍କର ସେବାରେ ନିଜକୁ

ବିଧି ରୂପେ ସମର୍ପିତ


ତ୍ରେତୟା ଯୁଗର କଥା ଆଜି ସୁଦ୍ଧା 

ବହୁ ମୁଖରେ କଥନ

ଶ୍ରବଣ କୁମାର ନାମେ ଏକ ପୁତ୍ର

ଅତ୍ୟନ୍ତ ଶ୍ରଦ୍ଧା ଭାଜନ 

ଶ୍ରବଣଙ୍କ ପିତା ଶାନ୍ତନୁ ନାମରେ

ରହୁଥିଲେ ଆଶ୍ରମରେ

ଶ୍ରବଣଙ୍କ ମାତା ଜ୍ଞାନବତୀ ନାମେ

ବ୍ରତୀ ସ୍ବାମୀଙ୍କ ସେବାରେ

ବୃଦ୍ଧ ଅବସ୍ଥାରେ ଦୃଷ୍ଟି ଶକ୍ତି ହୀନ 

ଶ୍ରବଣଙ୍କ ପିତାମାତା

ତୀର୍ଥ ଭ୍ରମଣର ଆଶା ରଖି ହୃଦେ

ଜଣାଇଲେ ସେହି କଥା


ତତ୍କାଳୀନ ସମୟରେ ଯାତାୟତ

ପ୍ରାୟତଃ ପଦବ୍ରଜରେ 

ଶ୍ରବଣ କୁମାର ପିତାମାତା ସାଥେ 

ବାହାରିଲେ ଭ୍ରମଣରେ

ବାଉଁଶ ଝୁଡ଼ିରେ ବସାଇ ଦୁହିଁଙ୍କୁ

ବାହୁଙ୍ଗୀ ରଖି କାନ୍ଧରେ

ପଦ ଯାତ୍ରା କଲେ ତୀର୍ଥ ଉଦ୍ଦେଶ୍ୟରେ

ପୁଣି ଦୁର୍ଗମ ରାସ୍ତାରେ


ଆଯୋଧ୍ୟ ନିକଟ ସରଜୁ ନଦୀର

କୂଳେ ଥିବା ଅରଣ୍ୟରେ

ପଦ ଯାତ୍ରା ଧାରେ ଶ୍ରବଣ କୁମାର

ଚାଲୁ ଥିଲେ ନିର୍ଭୟରେ

ପିତାମାତା ଦୁହେଁ ତୃଷାର୍ତ୍ତ ହେବାର 

ସୂଚନା ପାଇ ଶ୍ରବଣ

କାନ୍ଧରୁ ଓହ୍ଲାଇ ସେହି ଝୁଡ଼ି ଭାର

ଜଳ କଲେ ଅନ୍ଵେଷଣ

ନିକଟସ୍ଥ ଜଳାଶୟ ଦେଖି ଧିରେ

ଜଳ କରିଲେ ସଂଗ୍ରହ

କେଉଁ ବନ୍ୟ ପଶୁ ଜଳ ପାନ ସମ

ବୋଧେ ଦୂରରୁ ପ୍ରତ୍ୟୟ

ଦୁର୍ଯୋଗ ଅପେକ୍ଷା କରି ରହିଥିଲା 

ଠିକ୍ ସେହି ସମୟରେ

ଶିକାର ଉଦ୍ଦେଶ୍ୟେ ଅଯୋଧ୍ୟା ରାଜନ 

ବୁଲୁଥିଲେ ସେହି ଠାରେ 

ଶର ଯୋଖି ଦେଲେ ବନ୍ୟ ପଶୁ ଭାବି

ଟଳି ପଡ଼ିଲେ ଶ୍ରବଣ ପଡ଼ିଲେ 

ଦଶରଥ ରାଜା ଆସିଲେ ତ୍ୱରିତ

ଚିକ୍ତାର ଶୁଣି ବହନ

ମୁର୍ମୁଶୁ ଅବସ୍ଥା ଦେଖି ଶ୍ରବଣର 

ରାଜା ହେଲେ ବିଚଳିତ

ଜଳ ନେଇ ଯାଅ କହିଲେ ଶ୍ରବଣ

ପିତାମାତା ମୋ ତୃଷାର୍ତ୍ତ

ପ୍ରାଣ ବାୟୁ ଉଡିଗଲା ଶ୍ରବଣର

ରାଜାଙ୍କ ଉପସ୍ଥିତିରେ

ଜଳ ଲୋଟା ଧରି ରାଜା ଦଶରଥ

ଗଲେ ଅସ୍ଥିର ଚିତ୍ତରେ

ତୃଷାର୍ତ୍ତ ଦମ୍ପତ୍ତି ଜଳ ପରିବର୍ତ୍ତେ

ପୁତ୍ରର ନିଧନ ଶୁଣି

କରୁଣ କ୍ରନ୍ଦନ ଧାରେ ହେଲେ ଝୁରି 

ନିଜ ପୁତ୍ର ଗୁଣ ଗୁଣୀ 

ଜ୍ଞାତ ବା ଅଜ୍ଞାତ ବଳେ ଅପରାଧ

ଦଣ୍ଡ ବିଧାନ ଧାରାରେ

ଦଶରଥ ପ୍ରତି ପୁତ୍ର ଶୋକ ଶାପ 

ବୃଦ୍ଧ ଦମ୍ପତି ମୁଖରେ

ପରବର୍ତ୍ତୀ କଥା ପ୍ରାୟତଃ ବିଦିତ

ରାମାୟଣ କାବ୍ୟ ଧାରେ

କ୍ରମେ ପୁତ୍ର ଶୋକେ ରାଜା ଦଶରଥ 

ଦୁଃଖ ସହିଲେ ହୃଦରେ


ଶ୍ରବଣ କୁମାର ଶିକ୍ଷଣୀୟ ତତ୍ତ୍ଵ

ରହୁ ପୁତ୍ର ହୃଦୟରେ

ନିଜ ପିତାମାତା ଚଳନ୍ତି ଦେବତା

ସେବା ହେଉ ଭକ୍ତି ଭରେ

ଶ୍ରବଣ ସମାନ ପିତୃ ମାତୃ ଭକ୍ତି

ଯଦି ନାହିଁ ପୁତ୍ର ହୃଦ

ବୃଦ୍ଧାବସ୍ଥା ବେଳେ ବୃଦ୍ଧାଶ୍ରମେ ରଖି

ପୁତ୍ର ନ ହେଉ ଆନନ୍ଦ

ହେ ପୁତ୍ର,ସମୟାନୁକ୍ରମେ ତୁମର

ଆସିବ ବୃଦ୍ଧ ଅବସ୍ଥା

ବୃଦ୍ଧା ପିତାମାତା ପ୍ରତି ପ୍ରେମ ଭାବ

ହୃଦୟରେ ଥାଉ ଚିନ୍ତା










Rate this content
Log in

Similar oriya poem from Abstract