Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Santosh Kumar Panda

Others

4  

Dr Santosh Kumar Panda

Others

ହେ ଦେବୀ କଟକ ଚଣ୍ଡୀ

ହେ ଦେବୀ କଟକ ଚଣ୍ଡୀ

1 min
264



ଭବାନୀ, ଗୌରୀ, ଶତାକ୍ଷୀ, ହୈମବତୀ,

ଶାକମ୍ବରୀ, ଜଗନ୍ମାତା, ମା' ପାର୍ବତୀ,

ଦୟାଳୁ ରୂପକୁ ମା' ବନ୍ଦଇ ନିତି,

ତୋ' ଦୟା ବଳେ ଭକ୍ତ ପାଏ ମୁକତି।


ଦୁର୍ଗା, କାଳୀ, ଶ୍ୟାମା, ଚଣ୍ଡୀ, ଛିନ୍ନମସ୍ତା,

ମହାଗୌରୀ, ଚଣ୍ଡିକା, ଅପରାଜିତା,

ଦୃଷ୍ଟିରେ ଆସିଲେ କେହି ଦୁଷ୍ଟଆତ୍ମା,

ହୋଇଥାଉ ତୁହି ମା'ଗୋ କ୍ରୋଧାନ୍ଵିତା।


ମହିଷାସୁରମର୍ଦ୍ଦିନୀ, କାତ୍ୟାୟନୀ,

ଭୈରବୀ, କୌଶିକୀ, ଅମ୍ବିକା, ଶିବାନୀ,

ଶକ୍ତିମୟୀ, ଭକ୍ତିମୟୀ ଠାକୁରାଣୀ,

ତୋ ପଦ ପୟରେ କରେ ମୁଁ ଦଇନି।


ଗୋପାଳ ବେହେରା ଦ୍ଵାରା ଆବିଷ୍କୃତା,

ବାରବାଟୀ ଦୁର୍ଗେ ହେଲୁ ଆବିର୍ଭୁତା,

କଟକ ନଗରେ ହୋଇ ଅଧିଷ୍ଠିତା,

ଚଣ୍ଡୀ ରୂପେ ହେଉ ମାଗୋ ତୁ ପୂଜିତା।


ଦଶହରା, କାଳିପୂଜା ଆରାଧନା,

ଷୋଡ଼ଶ ଉପଚାରେ ତୋ ଉପାସନା,

ବିଷୁବ ସଂକ୍ରାନ୍ତି ବେଶ ହେଉ ସୁନା,

ଭକତ ବତ୍ସଳା ମାଆ ଅନ୍ନପୂର୍ଣ୍ଣା।


ଘଣ୍ଟ ଘୋଡାଇ ରଖିବୁ ସୁତେ ତୋର,

ଭୁଲ୍ ଥିଲେ କ୍ଷମା ଦେବୁ ମାତା ମୋର,

ଚାଲୁଥାଉ ସଦା ଉଚ୍ଚା କରି ଶିର,

ଏତିକି ମାଗୁଣି କରେ ଯୋଡ଼ି କର।



Rate this content
Log in