ବନ୍ଧୁ
ବନ୍ଧୁ
ହେ ଈଶ୍ୱର ମୋତେ ଏମିତି ବନ୍ଧୁ ଟିଏ ଦେବ
ଯିଏ ମୋର ସୁଖ ଦୁଃଖ ବୁଝି ପାରୁ ଥିବ ।
ଏମିତି ବନ୍ଧୁ ମୋର କେହି ନାହିଁ
ଯାହାକୁ ମନ କଥା କହିବି ମୁହିଁ ।
କେତେ କଥା ରହିଛି ମନ ରେ
କହିବାକୁ ନାହିଁ ବନ୍ଧୁ ଟିଏ ପାଖରେ ।
ଅନେକ ଦୁଃଖ ମୁ ସହୁଛି
ବନ୍ଧୁ ଟିଏ ହେଲେ କହିବି ଭାବୁଛି ।
କେତେ ରୋଗ ଆସେ ଜୀବନେ ମୋହର
ଜୀବନ କରିଦିଏ ଦୁଃଖ ଯନ୍ତ୍ରଣା ର ସାଗର ।
ନିଜ ଲୋକ ଟିଏ ଶତ୍ରୁ ହୋଇ ଯାଏ
ବନ୍ଧୁ ହୁଏ ନାହିଁ ମୋ ପାଇଁ କିଏ ।
ନିସଙ୍ଗ ହୋଇ କେତେ ଦିନ ରହିବି
ବନ୍ଧୁ ଟିଏ ପାଇ ଦୁଃଖ ଭୁଲି ଯିବି ।
ଏତେ ଦୁଃଖ ରହିଛି ଜୀବନେ ମୋହର
ପ୍ରତି ଦିନ ଦୁଃଖ ଆସି କରିଦିଏ ଛାର ଖାର ।
ହେ ଈଶ୍ୱର ମୋତେ ଏମିତି ବନ୍ଧୁ ଟିଏ ଦେବ
ଯିଏ ମୋ ମନ କୁ ବୁଝି ପାରୁଥିବ ।
