STORYMIRROR

SATYABHAMA BEHERA

Abstract Classics Inspirational

4  

SATYABHAMA BEHERA

Abstract Classics Inspirational

ଈଶ୍ୱର

ଈଶ୍ୱର

1 min
548


ତୁମେ ଅଛ ବୋଲି।

ଫୁଲ ଲାଗେ ଏତେ କୋମଳ।

ମରୁଭୂମିରେ ବି ବହେ ମଳୟ

ଜହ୍ନ ଢ଼ାଳେ ଜ୍ୟୋତ୍ସ୍ନା ବିରଳ।

ଜୀବନ ବି ଲାଗେ ସରଳ।

ତୁମେ ଅଛ ବୋଲି

ଗୀତ ଗାଏ ବୋଧେ କୋକିଳ।

ନାନା ରଙ୍ଗେ ସଜେ ମରାଳ।

ମନ ମୋହେ ଶିଶୁ କୋଳାହଳ।

ପିୟୁଷ ସମ ଲାଗେ ଜଳ।

ତୁମେ ଅଛ ବୋଲି।

ଜୀବନ ଜଞ୍ଜାଳ।

ସତ୍ୟ ଦିଏ ବଳ।

ଅମୃତ ସମ ଗରଳ।

ଅଛି ପୂଣ୍ୟ ଫଳ।

ତୁମେ ଅଛ ବୋଲି।

ମର୍ତେ ମାଁ କୋଳ।

ପଙ୍କେ ପଦ୍ମସ୍ଥଳ।

ଜଗତ ଚଞ୍ଚଳ।

ଛାଇ ଆଲୁଅର ‌ଖେଳ।

ତୁମେ ଅଛ ବୋଲି

ଫୁଲ ସାଥେ ଅଛି ଭଅଁଁର ମେଳ

ଇନ୍ଦ୍ରଧନୁ ସାଜେ ନଭକୋଳ

ନାଚେ ମୟୂର ଦେଖି ମେଘମାଳ

ସୁରଭି ବିତରେ ଅନୀଳ।

ତୁମେ ଅଛ ବୋଲି

ବନ ଦେଶ ଲାଗେ ଶାନ୍ତ ଓ ନିଶ୍ଚଳ

ନିତ୍ୟ ପ୍ରଭାତ ଓ ସନ୍ଧ୍ୟାବେଳ

ପ୍ରକୃତିରେ ଅଛି ଅସୀମ ସମ୍ବଳ

ତୃପ୍ତ ହୁଏ ତୃଷ୍ଣା ଅନଳ।

ତୁମେ ଅଛ ବୋଲି 

ସୂର୍ଯ୍ୟ ସ୍ପର୍ଶେ ନିହାର ସମ ଶଇଳ

ମନେ ଭରେ ପ୍ରଶାନ୍ତି ସଲୀଳ

ନିରନ୍ତର ଜୀବନ ଓ ମୃତ୍ୟୁର ଖେଳ

ସୁଖ ସହ ଦୁଃଖ ସାଜିଛି ବଉଳ।

ତୁମେ ଅଛ ବୋଲି

ହୃଦୟ ନିର୍ମଳ

ମୁକ୍ତିର ପଥ ସରଳ

ଜୀବକା ପାଇଁ କାର୍ଯ୍ୟ ପ୍ରବଳ

ଅନନ୍ତ କାଳ ପାଇଁ ତୁମେ ସୁଫଳ।

ତୁମେ ଅଛ ବୋଲି 

ସଂଗୀତର ଲୟ ଓ ତାଳ

ସୁନ୍ଦର ଆକାଶ ଓ ପାତାଳ

ଜୀବନ ହଳ ହଳ

ପୂର୍ଣ୍ଣ ତୀର୍ଥ ସ୍ଥଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract