STORYMIRROR

SATYABHAMA BEHERA

Drama Tragedy Others

3  

SATYABHAMA BEHERA

Drama Tragedy Others

ବନ୍ଧୁତ୍ୱ

ବନ୍ଧୁତ୍ୱ

2 mins
415

ବହୁତ କଥା କହିବାକୁ ଥାଏ ହେଲେ କହି ହୁଏନା।କିନ୍ତୁ ଆମେ ଯାହାକୁ ନିଜ ମନ କଥା ନିର୍ଦ୍ଵନ୍ଦରେ କହିପାରୁ ସେଭଳି ସମ୍ପର୍କ ହେଉଛ ବନ୍ଧୁତ୍ୱ।ଅନେକ ଆତ୍ମୀୟ ଥିଲେ ସୁଦ୍ଧା ବନ୍ଧୁଟିଏ ଲୋଡ଼ା ପଡେ ବେଳେ ବେଳେ ମନର କିଛି କଥା ଓ ଅନୁଭୂତିକୁ ବ୍ୟକ୍ତ କରିବା ପାଇଁ।ବନ୍ଧୁ ମଧ୍ୟ ଅନୁରୂପ ଭାବେ ଆମ ଭାବନାକୁ ବୁଝିପାରନ୍ତି।ସେଇଭଳି ବନ୍ଧୁ ଥିଲେ ଶ୍ରୀୟା ଓ ମଧୁ।ମଧୁ ଖୁବ୍ ମେଳାପି ଓ ସ୍ପଷ୍ଟବାଦୀ ସ୍ୱଭାବର ଝିଅ।କିନ୍ତୁ ଶ୍ରୀୟା ଥିଲା ଗମ୍ଭୀର ଓ ଶାନ୍ତ ସ୍ୱଭାବର ଝିଅ।ଉଭୟଙ୍କ ଦେଖା ହେଇଛି କଲେଜରୁ।ଯେତେବେଳେ କି ଉଭୟ ସନ୍ଧାନ କରୁଥିଲେ ହଷ୍ଟେଲରେ।ମଧୁ ଆଗରୁ ମଧ୍ୟ ହଷ୍ଟେଲରେ ରହିଛି।କିନ୍ତୁ ଶ୍ରୀୟା ର କୋୖଣସି ହଷ୍ଟେଲରେ ରହିବାର ଅନୁଭୂତି ନାହିଁ।ପ୍ରଥମଥର ପାଇଁ ହଷ୍ଟେଲରେ ରହିବାର ସୁଯୋଗ ମିଳିଲା ଶ୍ରୀୟାକୁ ଯେତେବେଳେ ତା ନାଁ କଲେଜ ହଷ୍ଟେଲରେ ରହିବା ପାଇଁ ନୋଟିସ୍ ବୋର୍ଡ଼ରେ ସ୍ଥାନ ପାଇଥିଲା।ସେଇ ରୁମରେ ଶ୍ରୀୟା ବ୍ୟତୀତ ମଧୁର ମଧ୍ୟ ରହିବା ପାଇଁ ନା ସ୍ଥାନ ପାଇଥିଲା।ଯେହେତୁ ଶ୍ରୀୟା ମଧୁକୁ ଅଳ୍ପ ବହୁତ୍ ଜାଣେ ସେ ମଧ୍ୟ ମଧୁ ସହ ମିଶି ରହିବାକୁ ଖୁବ୍ ସହଜ ମନେ କଲା।ଯଦିଓ ଉଭୟଙ୍କର ସ୍ଵଭାବ ବିପରୀତ କିନ୍ତୁ ପରସ୍ପର ସାହାଯ୍ୟ ଓ ସହଯୋଗ ଦ୍ବାରା ଉଭୟ ଖୁବ୍ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇଯାଇଥିଲେ।ମଧୁର ଆଗରୁ ଅନ୍ତେବାସୀ ରୂପେ ଥିବା ଅଭିଜ୍ଞତାରୁ ସେ ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତଙ୍କ ସହ ମିଶିଗଲା।କିନ୍ତୁ ଶ୍ରୀୟା ପାଇଁ ଏଇ ପରିବେଶ ନୂଆ ଥିଲା ତେଣୁ ସମସ୍ତଙ୍କ ସହ ମିଶିବା ପାଇଁ ତାକୁ ଟିକେ ଅଧିକ ସମୟ ଲାଗିଥିଲା।ଉଭୟ ଅନ୍ୟକୁ ସାହାଯ୍ୟ ସହ ପରସ୍ପରକୁ ସବୁ କାମରେ ଖୁବ୍ ସାହାଯ୍ୟ କରନ୍ତି। କଲେଜ୍ ର ପ୍ରଥମବର୍ଷ ଭିତରେ ଉଭୟ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ପରିଚିତ ମଧ୍ୟ ହୋଇଯାଇଥିଲେ। ଉଭହିଁ ପରସ୍ପର ସହିତ ସୁଖ ଦୁଃଖ ବାଣ୍ଟିଥିଲେ। କୋୖଣସି ପରିବାରର ସଦସ୍ୟ ଭଳି।ଜଣେ ଅନ୍ୟ ଜଣଙ୍କ ଅଭାବ ଓ ଅସୁବିଧାର ସମାଧାନ ପାଇଁ ସବୁବେଳେ ରହିଥଲେ।କଲେଜର ଦ୍ୱିତୀୟ ବର୍ଷ ନୂଆ ସଦସ୍ୟ ରୂପେ ପୂଜା ଉଭୟଙ୍କ ସହ କୋଠରୀରେ ଯୋଗଦାନ କଲା।ସେ ମଧ୍ୟ ଖୁବ୍ ମେଳ।ପୀ ଓ ଚଞ୍ଚଳ ସ୍ୱଭାବର ଥିଲା।ତେଣୁ ସେ ଖୁବ୍ ସହଜେ ସମସ୍ତଙ୍କ ସହ ମିଶିଗଲା।ସେ ମଧ୍ୟ ଖୁବ୍ ପରାଉପକାରି ସ୍ୱଭାବର ଥିଲା।ହଠାତ୍ ଦିନେ କୋୖଣସି କାରଣ ଯୋଗୁଁ ମଧୁ ଓ ପୂଜା ମଧ୍ୟରେ ବଚସା ହେଲା ।ଶ୍ରୀୟା ମଧ୍ୟ ସେଠାରେ ଉପସ୍ଥିତ ଥିଲା ସମସ୍ତ ଚେଷ୍ଟା ସତ୍ତ୍ବେ କିନ୍ତୁ ଉଭୟଙ୍କ ବଚସା ବନ୍ଦ୍ କରିପାରିନଥିଲା।ଶ୍ରୀୟା ଶାରୀରିକ ଭାବରେ କୌଣସି କାରଣରୁ ଅସୁସ୍ଥତା ଅନୁଭବ କରୁଥିବାରୁ ସେ ଯୁକ୍ତିତର୍କ ରେ ନ ପଶିବା ପାଇଁ ଉଚିତ୍ ମନେକଲା। ତା ପରଦିନ କିନ୍ତୁ ମଧୁ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କଲା ଶ୍ରୀୟା।ଖୁବ୍ କଥା କହୁଥିବା ମଧୁ ଆଗ ଭଳି ଶ୍ରୀୟା କୁ ଗୁରୁତ୍ଵ ଦେଲା ନାହିଁ ଓ ଶ୍ରୀୟା ର କୌଣସି କଥାକୁ ଗୁରୁତ୍ବ ଦେଲା ନାହିଁ।ଶ୍ରୀୟା ବୁଝିପାରିଲା କୌଣସିି କଥା ପାଇଁ ସେ ଶ୍ରୀୟା ଉପରେ ଅଭିମାନ କରିଥିଲା।ଶ୍ରୀୟା ଯେତେବେଳେ ତା ସହ କଥା ହେବା ପାଇଁ ସ୍ଥିର କଲା ସେ ଶ୍ରୀୟା ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କଲା।ମଧୁର ଏହିପରି ବ୍ୟବହାର ଶ୍ରୀୟା କୁ କଷ୍ଟ ଦେଲା।ତେଣୁ ସେ ମଧ୍ୟ ଅନୁରୂପ ଭାବରେ ମଧୁର କୋୖଣସି କଥାରେ ନ ପଶିବା ପାଇଁ ସ୍ଥିର କଲା।ଏହିପରି ଭାବରେ କଲେଜ୍ ର ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହେଲା।ଶେଷ ବର୍ଷ ପରେ ସମସ୍ତଙ୍କୁ ହଷ୍ଟେଲ ଛାଡବାକୁ ନିର୍ଦେଶ ଦେଲେ।ସମସ୍ତେ ନିଜ ସମସ୍ତ ଆସବାପତ୍ର ସହ ପରସ୍ପରକୁ ଅଶ୍ରୁଳ ବିଦାୟ ଦେଲେ।ମଧୁ ଓ ଶ୍ରୀୟା ମଧ୍ୟ ହଷ୍ଟେଲ ଛାଡ଼ିବା ପାଇଁ ପ୍ରସ୍ତୁତ ହେଲେ କିନ୍ତୁ ପରସ୍ପର ପ୍ରତି ଥିବା ସ୍ନେହ ସତ୍ତ୍ବ ସେ ଅତୀତର ଘଟଣା ପାଇଁ ପରସ୍ପଠାରୁ ବିଦାୟ ନ ନେଇ ସେମାନେ ନିଜ ନିଜ ପଥରେ ଅଗ୍ରସର ହେଲେ।ଆଜି ଉଭୟ ନିଜ ନିଜ କର୍ମମୟ ଜୀବନରେ ବ୍ୟସ୍ତ ହେଲେ ମଧ୍ୟ ଉଭୟ ମଧ୍ୟରେ ଥିବା ସଂପର୍କକୁ ଆଜିବି ପାସୋରି ପାରି ନାହାନ୍ତି।ଆଜିବି ସେ ଶୂନ୍ୟତା ତାଙ୍କୁ ଅନୁଭବ ହୁଏ।ସେଦିନ ଯଦି ଉଭୟ ନିଜ ଭୂଲ୍ କୁ ଦୂର କରିଥାଆନ୍ତେ ଜୀବନ ପାଇଁ ଗୋଟେ ଏକ ଅମୂଲ୍ୟ ସ୍ମୃତି ସାଇତି ପାରିଥାନ୍ତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama