STORYMIRROR

SATYABHAMA BEHERA

Others

4  

SATYABHAMA BEHERA

Others

ମାନବିକତା

ମାନବିକତା

1 min
474

ଶୃଙ୍ଖଳା ଆଜି ଶୃଙ୍ଖଳ ସାଜିଛି

ମଣିଷ ସାଜିଛି ଦାସ

ଭିଟାମାଟି ତ୍ୟାଗୀ

ବୃତ୍ତି ପାଇଁ ଆଜି ପର ଆଗେ ଉପହାସ।

ସମୟ ଚକ୍ରରେ ଧନୀର ଦଉଡି଼

ଦରିଦ୍ର ଗଳାରେ ପଘା

କଉଡ଼ି ମୂଲରେ 

ଦାନା ପାଇଁ ଆଜି ମାଂସପିଣ୍ଡୁଳାଟା ବନ୍ଧା।

ସକାଳ ସଞ୍ଜରେ ନାହିଁଁ ତା ଅନ୍ତର

ନାହିଁ ତା'ର ଅବସର

କର୍ମକୁ ଆଦରି,ମନ ଟାଣ କରି

ପେଟ ପାଇଁ ସଂଚେ ଆହାର। 

ଜୀବନ ଜୀବିକାର ପ୍ରହାର

ମାନବିକତା ଏଠି ନିର୍ବିକାର

ପରାଧିନତା ଭଳି ଅନ୍ଧକାର

ସ୍ବାଧୀନତା ଆଜି କରେ ହାହାକାର।

କ୍ଷମତାକୁ କରି ଆଧାର

ମାଙ୍କଡ ଆଜି ସାଜିଛି ମାଷ୍ଟର

ସ୍ଵାଭିମାନୀ ମନୁଷ୍ୟ କରୁଛି ଜୁହାର

ଜୋର ଯାର ଏଠି ମୁଲକ ତାହାର।

ସମସ୍ତେ ପୂଜାରୀ ଏଠି ଅର୍ଥର

ଜଣଙ୍କ ନାମରେ ଅନ୍ୟ ଜଣେ ବୀର

ନିଜ ଲୋକ ହୁଏ ପର 

ପର ହୁଏ ନିଜର ।

ମାୟା ମୋହର ସଂସାର

ମିଛ ଏଠି ଗଳା ହାର

ସତ୍ୟ ଏଠି ଦୂର୍ବାର

ତଥାପି ଜୟଜୟକାର ନ୍ୟାୟର।

କେହି ନୁହେଁ କାହାର

ନୀତି ସେଇ ଜଗତର

ମର୍ତ୍ତ୍ୟେ ମନୁଷ୍ୟଧରି

ମଣିଷ ସାଜେ ସୌଦାଗର।

ପ୍ରତି ମୁହୂର୍ତ୍ତ ଏଠି ବେଳ ପରୀକ୍ଷାର 

ମନୁଷ୍ୟ ବି ଜାଳିପାରେ ଶିଖା ମାନବିକତାର

ପରିଭାଷା ବଦଳେ ପ୍ରତିକ୍ଷଣ ମନୁଷ୍ୟର

ନିଜ କର୍ମ ବଳେ ଲଭଇ ଆଦର

ଜିତି ପାରେ ସେ ଗଡ ମିଥ୍ୟାର

କରିପାରେ ଜଗତ ଉଦ୍ଧାର

ତେଣୁ ସେ ଜୀବ ଶ୍ରେଷ୍ଠ ପ୍ରକୃତିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍