STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ନିଜକୁ ଚିହ୍ନି ନଥିବା ଜୀବ

ନିଜକୁ ଚିହ୍ନି ନଥିବା ଜୀବ

1 min
551

କିଏ ସେ ନିଜକୁ ମଣିଷ ବୋଲି କହୁଛି ଏଠି

ଥରେ ଏକାନ୍ତ ନୀରବରେ 

ନିର୍ଜନ ରାତ୍ରୀର ଘନ ଅନ୍ଧାରରେ

ଈଶ୍ୱରଙ୍କ ଛବି ଆଗରେ ବସି 

ନିଜକୁ ପଚାର କିଏ ପ୍ରକୃତରେ ତୁମେ

ପଶୁ ଠାରୁ କେଉଁ ଗୁଣେ ବଡ଼

ଯାହା ତୁମକୁ ମଣିଷ କୁହାଯିବ ।


କେବଳ ନିର୍ଭରଶୀଳତାକୁ ନେଇ 

କେବଳ ଅର୍ଥର ଉପଯୋଗିତାକୁ ନେଇ

ଆଶା ଲୋଭରେ ବୟସ ବଢିଲା ଯାଏ

ନିଜକୁ ଭଲ ମଣିଷ ହେବାର ମିଛ ପ୍ରହେଳିକା

କିଏ ଭଲ ଏଠି କିଏ ମହାନ

ସମସ୍ତେ ତ ନିଜ ମନରେ ପାପୀ

ହଁ ତୁମକୁ କଷ୍ଟ ଲାଗିପାରେ ତୁମେ ବୋଧେ ଭଲ

ତେବେ ନିଜକୁ ପଚାର ପ୍ରଶ୍ନ କେତେ ଭଲ

ତୁମେ କେଉଁ ସାର୍ଥକତା ର ଜୀବନ ବଞ୍ଚୁଛ ।


ଆମେ ସମସ୍ତେ ଶୈଶବରୁ ପ୍ରୌଢ ଯାଏ 

କେବଳ ନିଜ କଥା ହିଁ ତ ଚିନ୍ତା କରୁ 

ଏ କଥା ଅଗ୍ରହଣୀୟ ତୁମ ପାଇଁ ତା ପାଇଁ

ସେ କହିବେ ମୁଁ ସଂସାର ପାଇଁ ଏମିତି କଲି

ଏ କହିବେ ମୁଁ ମୋର ପେଟ ପାଇଁ ଏମିତି କଲି

ଆଉ କିଏ କହିବ ମରିଯିବା ଅପେକ୍ଷା

ଯେତେ ଖରାପ କାର୍ଯ୍ୟ ହେଉ ବଞ୍ଚିଲେ ଦୋଷ କ'ଣ

ତଥାପି କ'ଣ ଆମେ କହିପାରିବା ମଣିଷ ।


ଆସ ପ୍ରଥମେ ନିଜକୁ ଚିହ୍ନିବା ଜାଣିବା

ପ୍ରକୃତରେ ମଣିଷର ଧର୍ମ କର୍ମ ଓ କର୍ତ୍ତବ୍ଯ 

ଚାଲିବା ସେହି ବାଟେ ଯାହା ଈଶ୍ବର ଦେଖାଇଛନ୍ତି

ତଥାପି ବିବାଦ ମୋ' ଈଶ୍ବର ତୋ ଈଶ୍ବର

ଆଉ କିଛି ମଣିଷଙ୍କ ମାନବ ଈଶ୍ବର

ନିଜକୁ ମଣିଷ ସହଜରେ କହିଦେବା 

ଆମର ଅଜ୍ଞାନତା ଅହଂଭାବର ଉଦାହରଣ

ଆମେ କୁଆଡ଼େ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract