STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-109

ଚଉପଦୀ ଧର୍ମୀୟ-109

1 min
178

ଚଉପଦୀ

ଭାଗ (109)

କାଫି - ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତା ମରଜି ଭରଜି ତୁ ତ ହେଉ ବଣା ରେ

ସେ କି କରିବ ଦୂତୀକି ଜଣାମଣା ରେ (ଘୋଷା)

ତହୁଁ ବିପତରୁହାରେ ପଞ୍ଚରୋପ ତରୁ ହାରେ

 ଗଲେ ପଛେ ଯିବ ଉତ୍ତମାଙ୍ଗ ହଣା ରେ (1)

ଯିବ ବୋଲି ସେ ପଥରେ ଶତ ଶପଥରେ ଥରେ

ପିଇଲୁ ନି କି ତା ଗିର - ସରପଣା ରେ (2)

ଥିଲେ ହେଁ ପୂରିତ ରସ ମୋ ସଖୀ ପୀୟୂଷରସ

ଛୁଇଁବ କି ଛ’ଥର ନୋହିଲେ ଛଣା ରେ (3)

ତୁମ୍ଭେମାନେ ସିନା ନିଶୀ ଅଭିସାର - ରସେ ରସି

କରେ ରୁନ୍ଧିପାରେ ବିଷଧର ଫଣାରେ (4)

ବାଳା ଅଭିମାନ - ମନା ନୁହେ କାହାର ଅଧୀନା

ଲାଘବ ମୁଣ୍ଡରେ ଫରମାସେ ଠଣା ରେ (5)

ଛାଡି ସବୁ କପଟକୁ ବିଟ ମଣି ମୁକୁଟକୁ

ବାଳା ପଦଜଳଜ ତଳକୁ ଅଣା ରେ (6)

ବସୁ ଦୁର୍ଗନାଥ ବୋଲେ ଘନଶ୍ୟାମ ମନ ଥିଲେ

ଆସିଣ ଲାବଣ୍ୟଧନେ ହେଉ କିଣା ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics