ବର୍ଷାର ବିକଟ ରୂପ
ବର୍ଷାର ବିକଟ ରୂପ
ବରଷା ବତାସ କରି ଘୋର ରଡି
ଆକାଶରେ ଶୁଭେ ମେଘ ଘଡ଼ଘଡ଼ି।
ବର୍ଷୁ ଅଛି ପାଣି ଚମକି ବିଜୁଳି
ବହୁଛି ସମୀର ପାଦପ ଦୋହଲି ।
ଚାରିଆଡ ଦିଶୁଅଛି ଅନ୍ଧକାର
ଭୟରେ କମ୍ପଇ ମାନବ ଶରୀର ।
ପ୍ରଭଞ୍ଜନ ବେଗ ଅତି ପରଖର
ବଡ ବଡ ଦ୍ରୁମ ହୁଅଇ ଅସ୍ଥିର।
ଅଟ୍ଟାଳିକା ରାଜି ଭୟରେ ଥରଇ
ପଶୁପକ୍ଷୀ ଗଣ ଥୟ ନ ହୁଅଇ ।
ବିକଳେ ରାବନ୍ତି ବିହଙ୍ଗମ ଗଣ
, 0, 0);">ଡାକୁଛନ୍ତି ମନେ ରଖ ନାରାୟଣ ।
ବାଳୁତ ସନ୍ତାନ ମାଆ କୋଳେ ରହି
ଭୟରେ ତା ମୁଖୁ ବାକ୍ଯ ନ ସ୍ଫୁରଇ ।
ଖଦ୍ଯୋତିକା ମିଞ୍ଜି ମିଞ୍ଜି ଆଲୋକକୁ
ଦେଖି ଭୟେ ଶିଶୁ ଲୁଚେ ମା କୋଳକୁ ।
ବର୍ଷାର ବିକଟ ରୂପ ଦେଖି ନଈ
ଫୁଲି ଉଠି ଦୁଇ କୂଳ ଲଙ୍ଘି ଯାଇ ।
ଘର ଦ୍ବାର କୋଠା ଦ୍ରୁମ ବୋହି ନେଇ
ଅସହାୟ କରିଦେଲା ଏହି ଭୂଇଁ।
ହା ହା କାର ନାଦେ ହୁଏ କର୍ଣ୍ଣ ସ୍ତବ୍ଦ
ବସୁନ୍ଧରା ହୋଇଛି କି ସତେ କ୍ଷୁବ୍ଦ ।