STORYMIRROR

Premasila Behera

Others

4  

Premasila Behera

Others

ଆଜିର ଦୁନିଆ

ଆଜିର ଦୁନିଆ

1 min
334

ଆଜିର ଦୁନିଆ    କେମିତି ହେଲାରେ

       ବେଶଭୂଷା ହେଲା କିଭଳି

ମମ୍ ଡାଡ୍ ଡାକି    ଶିକ୍ଷିତ ହୋଇଲେ

       ବାପାମା ଡାକ ଗାଉଁଲି।

ଶାଢୀ ପିନ୍ଧେ ଯିଏ      ମଫସଲି ସିଏ

        ଜିନ୍ସ ପିନ୍ଧା ନାରୀ ସହରୀ 

ହାଇହିଲ୍ ପିନ୍ଧି          ବବ୍ କଟ୍ କାଟି

       ବୁଲିଲେ ବାଇକି ଧରି ।

ଆଜିକାଲି ପିଲା    ମାଆ ବାପା ପାଶେ

      ବସିଲେ ମାଡିବ ଲାଜ

ମୋବାଇଲ ଧରି    ଗାର୍ଲ ଫ୍ରେଣ୍ଡ୍ ସାଙ୍ଗେ

       କରିବେ କେତେ ମଉଜ ।

ମଉସା ମାଉସୀ  ଅଙ୍କଲ୍ ଆଣ୍ଟି ହେଲେ

       ବ୍ରୋ ହୋଇଗଲା ଭାଇ

ଫେସବୁକ ୱଟସପ୍  ଆଈ ହୋଇଗଲେ

        ଗପସବୁ ଦେଲେ କହି ।

ଆଈଙ୍କୁ ଆହୁରି       ଖୋଜିବେ କାହିଁକି

       ପୁରୁଣା ସେ ହୋଇଗଲା

ପାଶ୍ଚାତ୍ୟ ସଂସ୍କୃତି      ପଛରେ ପକାଇ

      ନୂତନ ପ୍ରବେଶ ହେଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Premasila Behera