ବିଜ୍ଞାନ
ବିଜ୍ଞାନ
ପୁରା କାଳେ ଲୋକେ କାମ ଧାମ କେତେ
ଆନନ୍ଦରେ କରୁଥିଲେ
କେତେ କଷ୍ଟ ସହି ଉତ୍ପାଦନ କରି
ଜନତାକୁ ଦେଉଥିଲେ।
ବୈଜ୍ଞାନିକ ଯୁଗ ହୋଇଲା ପ୍ରବେଶ
ଆମ ଦେଶ ବୈଜ୍ଞାନିକ
କେତେ ଉଦ୍ଭାବନ କେତେ ଆବିଷ୍କାର
କରିଗଲେ ଭାଇ ଦେଖ।
ଯେତେ ଦୂର ଗାଆଁ ହେଲେ ମଧ୍ଯ ଲୋକ
ଚାଲି ଚାଲି ଯାଉଥିଲେ
ଅଧିକ ଦୂରକୁ ଯିବାକୁ ପଡିଲେ
ମାସ ମାସ ଚାଲୁଥିଲେ।
ଆଜିର ଯୁଗରେ ବିଜ୍ଞାନ ବଳରେ
ଯାନର ଉତ୍ପତ୍ତି ହେଲା
ଅତି ଅଳ୍ପକ୍ଷଣେ ସୁଦୂର ଦେଶରୁ
ବୁଲିକି ଫେରିଆସିଲା।
ଯାନ ଚାଲିବାକୁ ପେଟ୍ରୋଲ ଡିଜେଲ
ଆବଶ୍ୟକ ପୁଣି ହେଲା
ତାହା ପୋଡିବାରୁ ପରିବେଶ ଆମ
ପ୍ରଦୁଷିତ ଯେ ହୋଇଲା ।
ଟେଲିଭିଜନରେ ଦୂରଦୂରାନ୍ତରୁ
ଖବର ସବୁ ଜାଣିଲୁ
ସଦାବେଳେ ଏହା ଦର୍ଶନ କରିଣ
ଚକ୍ଷୁ ସମୟ ହାରିଲୁ ।
ମୋବାଇଲ ଫୋନ ଆଉ ହ୍ବାଟସପ
ନୂଆ କଥା ଶିଖାଇଲା
ପାଠ ପଢା ଛାଡି ଆଜିର ବାଳୁତ
ଖେଳରେ ତା ମନ ଦେଲା।
ଲୋକଙ୍କ ସମ୍ପର୍କ ରହିଲାନି ଆଉ
ଟି ଭି ସିରିଏଲ ଦେଖି
ଦୂର ଦୂରାନ୍ତର ଲୋକଙ୍କ ସହିତ
ଗପିଲୁ ମୁହକୁ ଦେଖି ।
ମାଆ ମାନେ ଆମ କାମଧନ୍ଦା କରି
ଶରୀର ସୁସ୍ଥ ରେ ଥିଲେ
ଆଜିର ଯୁଗରେ ଯନ୍ତ୍ର କାମ କଲା
ରୋଗରେ ସର୍ବେ ପଡିଲେ।
କୃଷକ ଭାଇ ମୋ କେତେ ପରିଶ୍ରମେ
ଶସ୍ଯ ଉପୁଯାଉ ଥିଲା
ଯନ୍ତ୍ର ଧାନ ବୁଣା କଟା ବଛା ସବୁ
ବିଜ୍ଞାନ ଯୁଗରେ ହେଲା।
ଜମିରେ ଅଧିକ ଖତସାର ଦେଇ
ଅଧିକ ଉତ୍ପନ୍ନ କଲା
ସ୍ବାଦ ହୀନ ପୁଷ୍ଟି ହୀନ ଖାଦ୍ଯ ଖାଇ
ମଣିଷ ରୋଗେ ପଡିଲା।
ଆଜିର ମହିଳା ପରିଶ୍ରମ କାମ
କିଛି ବି ପାରୁନି କରି
ଲୁଗାକଚା ପାଣି ଅଣା ବିରି ବଟା
ମେସିନି ଯାଉଛି କରି ।
ସୁଇଜ ଟିପିଲେ କାମଧନ୍ଦା ସବୁ
ଆପେ ଆପେ ହୋଇଯାଏ
କର୍ମ କୁଢା ହୋଇ ଆଜିର ମଣିଷ
ରୋଗରେ ପିଡିତ ହୁଏ।
କାଠଚୁଲି ଭାତ ତରକାରୀ ପିଠା
ସୁସ୍ବାଦୁ ଥିଲା ଅନେକ
ଗ୍ଯାସ ରନ୍ଧା ଖାଦ୍ୟ ସ୍ବାଦ ହୀନ ଅଟେ
କିନ୍ତୁ ସମୟ ସାପେକ୍ଷ ।
ମାଆ ହାତ ରନ୍ଧା ଖାଇବା ସମୟେ
କେତେ ସ୍ନେହେ ଭରିଥିଲା
ଆଜିର ଯୁଗରେ ପ୍ୟାକେଟ ଖାଦ୍ଯରେ
ଅମ୍ଳ ଗ୍ଯାସ୍ ସବୁ ହେଲା ।
ବୈଜ୍ଞାନିକ ଆମ ରୋଗ ନିରୂପଣ
ପାଇଁ କଲେ ଯନ୍ତ୍ର ପାତି
ଯେଉଁ ରୋଗ ପାଇଁ ଯେପରି ଔଷଧ
ଦେଇଗଲେ ଯଥାରୀତି।
ପ୍ରକୃତି ବିନିଷ୍ଟ ହେବାରୁ ଆମର
ନୂଆ ନୂଆ ରୋଗହେଲା
ରୋଗର ଚିକିତ୍ସା କରିବାରୁ ପୁଣି
ଜନସଂଖ୍ୟା ବୃଦ୍ଧି ହେଲା ।
ଜନସଂଖ୍ୟା ବୃଦ୍ଧି ହୋଇବା ସକାଶୁ
ମିଳିଲାନି ଖାଦ୍ଯ ବାସ
ଯେତିକି ସୁବିଧା ମଣିଷ କରୁଛି
ସେତିକି ହୁଏ ହତାସ।
