STORYMIRROR

Premasila Behera

Others

4  

Premasila Behera

Others

ଶୀତ ମାଉସୀ

ଶୀତ ମାଉସୀ

1 min
310

ଶୀତ ମାଉସୀ ଲୋ ଶୀତ ମାଉସୀ

  ଆସିଲୁ ସାଙ୍ଗରେ ପସରା ନେଇ ।

ଯାହାକୁ ଛୁଇଁଲୁ ଥରିଲା ସିଏ

  କମ୍ବଳ ଚାଦର ଘୋଡେଇ ହୋଇ ।।

ପରିବେଶ ଆମ କେତେ ସୁନ୍ଦର

  ବିଲ ପାଟ ପୁଣି ପଡିଆ ମାଳ

ସବୁଜ ଚାଦର ଘୋଡେଇ ହୋଇ

  ହଳଦିଆ ରଙ୍ଗ ସୋରିଷ ଫୁଲ।।

ଏହି ସମୟରେ ହେଲୁ ପ୍ରବେଶ

  କାହାକୁ ଛାଡୁନୁ ଘରୁ ବାହାର

ଇଚ୍ଛାଥିଲେ ମଧ୍ଯ ହେଉନି ବୁଲି

  ଦେହ ଥରୁ ଅଛି ଥରକୁ ଥର ।।

ଆଉଁସି ଦେଉଛୁ ଦେହକୁ ଯା'ର

   ଗାଧୁଆ ପାଧୁଆ କରୁଛି ଦୂର

ଖଟ ଛାଡିବାକୁ ହୁଏ ଉଛୁର

  ନିଆଁ ପାଖେ ଧାଏଁ ସେ ତରତର ।।

ଇସ୍କୁଲ୍ କଲେଜ ହୋଇଲା ଛୁଟି

   ବିଳମ୍ବ ହେଉଛି ସବୁ ପାଇଟି

ସୂର୍ଯ୍ୟ ଦେବତାଙ୍କ କୋହଳ ତେଜ

   ଲୋଡୁଛନ୍ତି ପିଲା ଠାରୁ ବୁଢାଟି ।।


  ‌ 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Premasila Behera