STORYMIRROR

Premasila Behera

Others

4  

Premasila Behera

Others

ସ୍ବପ୍ନ

ସ୍ବପ୍ନ

1 min
278

ପ୍ରତ୍ୟେକ ମଣିଷ  ଦେଖିଥାଏ ସ୍ବପ୍ନ

   ଏହା ତାର ଅଧିକାର

ସଫଳ ହେବ କି  ବିଫଳ ହୋଇବ

   ନୁହେ ତାର ଆୟତ୍ତର ।

ସ୍ବପନ ଦେଖିକି     ପରିଶ୍ରମ କରି

    ହାସଲ ଯେ କରିଥାଏ

ସ୍ବପନ ଦେଖି ଯେ  ଶୋଇ ରହିଥାଏ

    ବିଫଳ ସେ ହୋଇଥାଏ।

ପରିଶ୍ରମୀ ଜନ    ସଦା ସୁଖି ଥାଏ

    ସଫଳ ହୁଏ ତା ସ୍ବପ୍ନ

ଅଳସୁଆ ଯିଏ    ଅତି ଦୁଃଖ ପାଏ

   ବ୍ଯର୍ଥ ହୁଏ ତା ଜୀବନ ।

ସ୍ବପନ ରାଇଜେ    କଲେ ବିଚରଣ

   ଆପେ ଆପେ ଆସେନାହିଁ

ଅତି କଷ୍ଟ ସହି     ପରିଶ୍ରମ କଲେ

     ସ୍ବପ୍ନ ସାର୍ଥକ ହୁଅଇ । 

ସ୍ବପନ ଦେଖିବା     ପାପ ତ ନୁହଇ

      କଲେ ତାକୁ ପରିଣତ

ଆନନ୍ଦେ ‌ରହିବ     ସମ୍ମାନ ପାଇବ

      ଏହା ଅଟେ ଚିର ସତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Premasila Behera