STORYMIRROR

Premasila Behera

Others

3  

Premasila Behera

Others

ପୁରାଣ

ପୁରାଣ

1 min
129

ଆମରି ସଂସ୍କୃତି       ଶିଖିବାକୁ ଦିଏ

   ନୀତି ନିୟମ ଅଶେଷ

ପୁରାଣରେ ତାହା     ଗଚ୍ଛିତ ହୋଇଛି

    ହୁଏ ନାହିଁ କେବେ ଶେଷ।।

ମୁନି ଋଷି ମାନେ     ଲେଖି ଯାଇଛନ୍ତି

      ଭଗବାନ ଙ୍କର କଥା

ନୀତି ନିୟମ କୁ      ମାନୁଅଛୁ ଆମେ

     ଏହା ନୁହଇ ଅନ୍ଯଥା ।।

ମାନବ ଜାତିକୁ       ଶିଖିବାକୁ ସବୁ

     ଘର ସଂସାର ନିୟମ

ପୁରାଣରେ ସବୁ     ଲେଖି ଯାଇଛନ୍ତି 

      କରିବାକୁ ସେହି କାମ ।।

ରାମାୟଣ ଗ୍ରନ୍ଥେ   ଭାତୃ ସ୍ନେହ ଆଉ

     ପିତୃ ମାତୃ ଭକ୍ତି ଭାବ

ମହାଭାରତ ରେ     ଧରମର ଜୟ

    ଅଧର୍ମର ଶେଷ ହେବ ।।

ଲକ୍ଷ୍ମୀ ପୁରାଣରେ    ବଳରାମ ଦାସ

     ଲେଖି ଜାତିଭେଦ ପ୍ରଥା 

ଶିକ୍ଷା ଦେଇଗଲେ     ସମସ୍ତ ମଣିଷ

    ସମ ବୋଲି ଏହି କଥା ।।

ଆମରି ପୁରାଣ     ଜଣାଇଛି ଆମେ

    ବୀର ଆମ ଜାତି ବୋଲି

ପୁରାଣ ପଢିଲେ     ଶିଖିବାକୁ ମିଳେ

    ତାକୁ ନ ଯିବା ହେ ଭୁଲି ।।

ନାରୀଙ୍କୁ ସମ୍ମାନ    ଗୁରୁ ଜନେ ମାନ୍ଯ

   ଶିଖାଏ ଆମ ପୁରାଣ

ତାହା ଶିଖି ଯିଏ      ପାଳନ କରଇ

    ସେ ହୁଏ ସଂସାରେ ଧନ୍ଯ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Premasila Behera