STORYMIRROR

Premasila Behera

Others

4  

Premasila Behera

Others

ଫୁଲ

ଫୁଲ

2 mins
260

ଫୁଲ ଟିଏ ମୋତେ           କରି ଦିଅ ପ୍ରଭୁ

       ଲାଗିବି ତୁମ ସେବାରେ

ମୋତେ ଆଣି ଭକ୍ତ        ପାଦେ ଚଢାଇଲେ

        ଆଶିଷ ଦେବ ତାହାରେ।

ମୋହରି ବାସ୍ନାରେ          ମହକେଇ ଦେବି

        ସାରା ସଂସାରକୁ ମୁହିଁ

ତୁମ ପାଦତଳେ           ପଡିଲେ ହେ ହରି

          ତୋ ମୁହଁକୁ ଥିବି ଚାହିଁ ।

ତୋ ମୁହଁ ଦର୍ଶନେ          ଫୁଲ ଜନ୍ମ ମୋର

          ହୋଇବ ସାର୍ଥକ ହରି

ପୁଣି ଥରେ ମୋତେ          ଫୁଲ କରିଦେବ

         ଆହେ ପ୍ରଭୁ ଦଇତ୍ଯାରି ।

ମୋତେ ପାଇ ନାରୀ       ଗଭା ମଣ୍ଡିହେବେ

        ସନ୍ଥ ଚଢାଇବେ ତୋରେ

ଭ୍ରମର ବସିବ           ଆନନ୍ଦେ ମୋପରେ

           ଗୁଣୁଗୁଣୁ ଗାଇ ସ୍ବରେ ।

ମୋ ରସ ଶୋଷିବ        ମହୁ ସଂଗ୍ରହିବ

         ମଧୁ ମକ୍ଷିକା ଯତ୍ନରେ

ସେହି ମଧୁ ନେଇ       ଲଗାଇବେ ଜନ

          ତାଙ୍କ ମାନଙ୍କ ସେବାରେ।

ରଙ୍ଗ‌ ବେରଙ୍ଗର      ‌‌     ଭିନ୍ନ ଭିନ୍ନ ପୁଷ୍ପ

          ବଗିଚାରେ ଫୁଟୁଥିବି

କାହା ଘର ସଜା       କାହା ବେଣୀ ସଜା

        ସବୁଥିରେ ଲାଗୁ ହେବି।

ବଡ଼ ବଡ଼ ଜନେ          ସ୍ବାଗତ ସମୟେ

   ଫୁଲ ତୋଡା ରେ ମୁଁ ଥିବି

ବାହା ବେଦିପରେ       ବରକନ୍ଯା ଠାରେ

       ବରଣ ମାଳା ସାଜିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Premasila Behera