ଶୀତ ଆଗମନ
ଶୀତ ଆଗମନ
ହେମନ୍ତ ବିଦାୟ ଶୀତ ଆଗମନ
ପିନ୍ଧି କୁହୁଡି ପୋଷାକ
ଶୀତର ପ୍ରକୋପେ ପ୍ରକମ୍ପିତ ସର୍ବେ
ଯେତେ ଛନ୍ତି ପୃଥ୍ବୀ ଲୋକ ।
ଜାଡେ ଥରଥର ବୃଦ୍ଧ ନାରୀନର
ନସ୍ପୁରଇ ତାଙ୍କ ଭାଷା
ଶେଜ ଛାଡିବାକୁ ଇଚ୍ଛା ହୁଏ ନାହିଁ
ଶିଶୁଙ୍କ ବି ସେହି ଦଶା ।
ମାଆ କୋଳ ଲୋଡ଼େ କଅଁଳ ସନ୍ତାନ
ଛାଡ଼ିବାକୁ ନୁହେ ମନ
କ୍ଷେତର ଫସଲ ପାଚି ସାରିଲାଣି
ଚାଷୀର ମନ ଉଚ୍ଛନ୍ନ ।
ଛାତ୍ର ଛାତ୍ରୀ ଗଣ ଶୀତର ସକାଶେ
ବିଦ୍ୟାଳୟେ ନ ଗମନ୍ତି
ଜୀବଜନ୍ତୁ ଗଣ କାକର ପାଇଣ
ଜୀବନ ହରାଇ ଥାନ୍ତି ।
ଶୋରିଷ ଫୁଲରେ କିଆରୀ ସୁନୀଳ
ରଙ୍ଗେ ହୋଇ ବିଭୁଷିତ
ଗେଣ୍ଡୁଫୁଲେ ଭରା ଟିକି ବଗିଚାଟି
ହୋଇଅଛି ସୁଶୋଭିତ।
ପରବ ପର୍ବାଣୀ ଧରି ଶୀତ ରାଣୀ
ମର୍ତ୍ତ୍ଯେ ହୋଇ ଉପସ୍ଥିତ
ଅତି ହିଁ ପ୍ରକୋପ ଦେଖାଉଛି ରୂପ
ତେଣୁ ସର୍ବେ ସନ୍ତାପିତ ।
ଭୋଜି କରିବାକୁ ଆଶାୟି ସମସ୍ତେ
କିନ୍ତୁ ଯାଇ ନ ପାରନ୍ତି
ଶୀତ ମାଉସୀ ଙ୍କୁ ଧିମେଇବା ପାଇଁ
ସର୍ବେ ଗୁହାରି କରନ୍ତି ।
