STORYMIRROR

Premasila Behera

Others

4  

Premasila Behera

Others

ଜନ୍ମଦିନ

ଜନ୍ମଦିନ

1 min
292

ଯେଉଁ ଦିନ ଆମେ     ଏ ଧରା ପୃଷ୍ଠରେ

        କରିଅଛୁ ପଦାର୍ପଣ

ପ୍ରତି ବର୍ଷ ପୁଣି       ସେହି ଦିବସରେ

       ପାଳି ଥାଉ ଜନ୍ମଦିନ।


ନବ ମାସ ଗର୍ଭେ      ଧାରଣ କରି ଯେ

    ଜନମ ଦେଲା ଆମକୁ

ସେହି ଜନ୍ମ ଦାତ୍ରୀ      କେତେ କଷ୍ଟ ସହି

      ପାଳନ କରେ ଆମକୁ।


ବରଷକେ ଥରେ        ଆସେ ଜନ୍ମଦିନ

      ମାଆ ହୋଇଥାଏ ଖୁସି

ମାଆ ନାହିଁ ଯାର       ଜନମ ଦିନରେ

     ମନେ ପଡେ ମାଆ ବେଶି ।


ଜନମ ଦିନରେ         ସକାଳୁ ଉଠିଣ

      ନୂଆଁ ଲୁଗା ପିନ୍ଧି ଥାଉଁ

ଗୁରୁ ଗୁରୁଜନେ        ପ୍ରଣାମ ଜଣାଇ

     ମନ୍ଦିର କୁ ପୁଣି ଯାଉଁ ।


ପିଠାପଣା କରି       ଜନନୀ ଆମର

      ବନ୍ଦାପନା କରିଥାନ୍ତି

ପ୍ରଭୁ ଭଗବାନ        ଆଉ ଗୁରୁଜନ

     ଆଶିର୍ବାଦ ଢାଲି ଦ୍ଯନ୍ତି ।


ବାଳକ ଭୋଜନ      ବ୍ରାହ୍ମଣ ଭୋଜଳ

    ଆହୁରି ବୃକ୍ଷ ରୋପଣ

ଏହି ତିନି କାମ       ଆନନ୍ଦେ କରିଣ

     ପାଳି ଥାଉଁ ଜନ୍ମଦିନ।


ଆମର ସଂସ୍କୃତି       ଶିଖାଏ ଏ ନୀତି 

     ତାକୁ କେବେ ଭୁଲି ବାନି

ଭାରତ ସଂସ୍କୃତି       ମହାନ ତା ନୀତି

      ପାଳୁଥିବା ନିତି ପ୍ରତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Premasila Behera