STORYMIRROR

Premasila Behera

Abstract Others Children

4  

Premasila Behera

Abstract Others Children

ରଜ

ରଜ

1 min
386

ବନସ୍ତେ ଡାକିଲା ଗଜ

ସଜେଇ ହୋଇକି ଆସୁଛି ରଜ 

ଆସରେ ସରବେ ହୋଇଣ ସଜ।

ପାଦରେ ଅଳତା ଦିଶେ ସୁନ୍ଦର

ହାତରେ ଲଗାଇ ମେହେନ୍ଦି ଗାର ।

ଲମ୍ବା ବେଣୀ ସାଥେ ମାଳ ଗଜରା 

ଘରେ ଘରେ ହୁଏ ପିଠା କାକର।

ରଜ ଦୋଳି ବନ୍ଧା ସରି ଯାଇଛି

ସଜବାଜ ହୋଇ ମନ ମୋହୁଛି ।

ସାଙ୍ଗ ସାଥି ସର୍ବେ ହୋଇଣ ମେଳି

ଆନନ୍ଦେ ଝୁଲନ୍ତି ଯେ ରଜ ଦୋଳି ।

ଭାଇ ଭଉଣୀ ଏ ହୋଇଣ ମେଳି

ପାଟିରେ ପୁରାଇ ସେ ପାନ ଖିଲି ।

ଭାଇ ଚାରା ଭାବ ହୁଅଇ ଜାତ

ରଜ ଦୋଳି ଖେଳ ସହୀ ସଙ୍ଗାତ ।

ବରଷକେ ଥରେ ଆସଇ ରଜ

ମିଳିମିଶି ସର୍ବେ କର ମଉଜ ।

ପିଠାପଣା ସବୁ ବାଣ୍ଟି ଖାଇବା

ସମସ୍ତେ ମିଶିକି ରଜ ମାନିବା ।


Rate this content
Log in

Similar oriya poem from Abstract