STORYMIRROR

Premasila Behera

Others

3  

Premasila Behera

Others

ଫୁଲ

ଫୁଲ

1 min
194

ଛୋଟିଆ ଫୁଲଟେ ମୁହିଁ

                 ବଗିଚାରେ ଫୁଟିଛି

ରଙ୍ଗ ମୋର ଭିନ୍ନ ଭିନ୍ନ

              ବାସନାରେ ମୋହୁଛି ।


ଭଗବାନ ମୁଣ୍ଡରେ ତ

               ନାରୀ ଗଭା ମଧ୍ଯରେ

କେ ଘର ସଜାଇ ଥାଏ

           ମୋତେ ନେଇ ଯତ୍ନରେ ।


ମୋ ରଙ୍ଗରେ କିଏ ମୁଗ୍ଧ

          ବାସ୍ନାରେ କେ ମୋହିତ

କିଣି ନେଇ ଥାନ୍ତି ଲୋକେ

              ଦେଇ ମୂଲ୍ୟ ଉଚିତ ।


କୁଟୁମ୍ବ ପୋଷିବା ପାଇଁ

                କିଏ ଯତ୍ନେ ପାଳନ୍ତି

ପ୍ରଭୁଙ୍କ ଅର୍ଚ୍ଚନା ପାଇଁ

            କିଏ ମୋତେ ଲୋଡ଼ନ୍ତି ।


ମୋ ମନର କଥା କିଏ

                    ବୁଝି ତ ନ ପାରନ୍ତି   

ଈଶ୍ବରଙ୍କ  ପାଦେ ଥାଇ

                ‌‌     ଖୁସି ମୁଁ ତ ହୁଅନ୍ତି ।


ଲୋକ ଉପକାର ପାଇଁ

                  ଗଢା ମୋର ଶରୀର

ପୁଷ୍ପ ଜନମ ଲଭିବି

                  ହେ କରୁଣା ସାଗର ।



Rate this content
Log in