STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୁହାରି ଶୁଣିବେ ମା ଲକ୍ଷ୍ମୀ

ଗୁହାରି ଶୁଣିବେ ମା ଲକ୍ଷ୍ମୀ

1 min
296


ଶୁଭକାମନା ଯେ ଭାରତବାସୀଙ୍କୁ 

କରନ୍ତୁ କରୁଣା 

ଲକ୍ଷ୍ମୀ ଠାକୁରାଣୀ 

ନ ରହୁ ଅଭାବ ଦୁଃଖ ଅନାଟନ

ହର୍ଷ ଉଲ୍ଲାସରେ ବ୍ୟତୀତ ଜୀବନ 

ଧନତେରସ ଆଜିରେ 

ହେଉଛି ଧନର ବର୍ଷା

କେହୁ କିଣୁ ଅଛି ମଟର ସାଇକେଲ୍

କିଣୁ ଅଛି କେହୁ କାର୍

କିଣେ କେହୁ ସୁନା 

ଶୁଭ ମୁହୂର୍ତ୍ତରେ 

ଦିନ ପରା ଶୁଭ

କିଣି ଅଛି 

ଝାଡ଼ୁ ଗୋଟିଏ ମୁହିଁ !!


କିଣାକିଣି କଲେ ଶୁଭ ମୂହୁର୍ତ୍ତ ରେ

ହୁଏ ଲକ୍ଷ୍ମୀଙ୍କ ଯେ କରୁଣା 

ଦିନ ଟି ପବିତ୍ର 

ପରା ଆଜିହେ ବନ୍ଧୁ 

ଭକ୍ତି ପ୍ରେମ ଶ୍ରଦ୍ଧା ପ୍ରୀତି ରଖି

ଲକ୍ଷ୍ମୀଙ୍କ ପୂଜନେ

ସୋରିଷ ତେଲର ଦୀପାଳି ଟିଏ ଜାଳି ଦିଏ

ଶଙ୍ଖ ହୁଳହୁଳି 

ଘଣ୍ଟା ଘଣ୍ଟ ଶବ୍ଦ 

ଘର ଘର ଶୁଭୁ ଥାଏ !!


ଦିବ୍ୟ ଦୃଶ୍ୟ ମର୍ତ୍ତ୍ୟଧାମେଯହୁଁ 

ଚହଳପହଳ ବଜାର 

ଆବିର୍ଭାବ 

ଲକ୍ଷ୍ମୀ ଠାକୁରାଣୀ

ମର୍ତ୍ତ୍ୟପୁର 

ନାହିଁ ପଟାନ୍ତର ଯାର

ବର୍ଣ୍ଣିବ କିଏସେ 

ଶୁଭ ଏ ଧନତେରସ.......

ମନବାଞ୍ଛା ପୂର୍ଣ୍ଣ

କରୁଣା କରିବେ କରୁଣାମୟୀ 

ଖୁସି ଆନନ୍ଦ ଅତି 

କେତେ ରାଷ୍ଟ୍ର ଯେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract