STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶିଶୁ ଦିବସ

ଶିଶୁ ଦିବସ

1 min
233


ଶିଶୁ ଦିବସ ଆଜି 

ଶିଶୁଙ୍କ ମନ ଖୁସି 

ସେ ହସିଲେ 

ଜାଗତ ହସେ

ହସ ଉଠେ ଉକୁଟି 

ନାନା ଜାତି ଫୁଲ ବିଶ୍ବ ବଗିଚାର

ନାନା ରୂପ ରଙ୍ଗ ଯାର

ହେଲେ କଣ ହେଲା 

ଦୁନିଆ ଶିଶୁର  

ଅଟେ ରଙ୍ଗ ଅଙ୍ଗ ଢ଼ଙ୍ଗ ଏକ ।


ଅମିୟ ଧାରାର

ହସ ଯାହାର

ନାହିଁ ଦ୍ୱେଷ ଭେଦଭାବ 

ନାହିଁ ମଳିନତା 

ଥାଏ ଟି ହରଷ

ପ୍ରେମ ପ୍ରୀତି ସରଳତାର 

ଥାଏ ନା ବର୍ଣ୍ଣ ଓ ବିଭେଦତା 

ନିଏକିଣି 

ଶିଶୁ ଯେ

ମିଠା ମିଠା କଥା କହି ।


ଶିଶୁ କାଳ ତାର

ଖିଲି ଖିଲି ହସ    

ହସି ଦେଉ ଥାଉ

ଯାଏ ଭରି 

ମନପ୍ରାଣ ସର୍ବାଙ୍ଗ 

କିନ୍ତୁ.........

ନିର୍ଲଜ ପଣିଆ ଭ୍ରଷ୍ଟାଚାରୀଙ୍କ

ସତ୍ତାଲୋଭେନେତା ଯହିଁ

କରେ

ଜାତି ବାଦ !

କରୁଛି 

ଅତି ଦୁଃଖିତ 

ନିରୀହ ଶିଶୁରେ

ରାଷ୍ଟ୍ରର ଭବିଷ୍ୟତେ

କୁ ପ୍ରଥା ଓ କୁ ସଂସ୍କାର

ଅଜ୍ଞାନ ଦ୍ୱେଷ ହିଂସା

ଯୋଡ଼ି ଦିଏ

ପବିତ୍ର କୃଷ୍ଣ ରାମ ରାଷ୍ଟ୍ରେ ଆଜିର ନେତାରେ ।


ଶିଶୁ ଦିବସେ କର ପ୍ରତିଜ୍ଞା 

କର୍ତ୍ତବ୍ୟ ତୋର ରାଜ ଧର୍ମର

ନ ଦିଅ ଶିକ୍ଷା

ବର୍ଣ୍ଣ ଲିଙ୍ଗ ଜାତିବାଦ

ଦିଅ ଶିକ୍ଷା 

ରାଷ୍ଟ୍ରହିତେକାର୍ଯ୍ୟ

ରାଷ୍ଟ୍ରୀୟତା ଭାବ

କର ଅଙ୍କୁରିତ

ଶିଶୁ ମନପ୍ରାଣେ

ଦେଶ ଭବିଷ୍ୟ ଶିଶୁ ଯେ

ଶିଶୁଙ୍କ ହୃଦୟରେ 

ଭରି ଦିଅ ଜ୍ଞାନ

ଜ୍ଞନୀ ପିତା ମାତା ଓ ରାଜନୈତିକ ଦଳ ।


ଶିଶୁ ଦିବସରେ ବିଚ୍ଛିନ୍ନାଞ୍ଚଳରୁ 

ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 

ହସ ହସ 

ଶିଶୁ ଯେ ଏ ବିଶ୍ବର 

କଲ୍ୟାଣ କରନ୍ତୁ ଜଗା ଠାକୁର

ଉଜ୍ଜ୍ବଳ ଭବିଷ୍ୟ

ଜ୍ଞାନ ଓ ବିଜ୍ଞାନ

କର୍ତ୍ତବ୍ୟର ଜ୍ଞନ ପଥ

ରାଷ୍ଟ୍ରପ୍ରତିଭକ୍ତି ପ୍ରେମ 

ତ୍ୟାଗ ପ୍ରତିମୂର୍ତ୍ତି ହେବାର ଅମୂଲ୍ୟ ଜ୍ଞାନ 

କର୍ମେ ପ୍ରେମ ଶ୍ରଦ୍ଧା

ସମାଜ କଲ୍ୟାଣେ ତତ୍ପର

ଭକ୍ତି ପିତୃମାତୃଙ୍କର

ହୃଦେ ତା ଗୁଞ୍ଜୁ 

ଦେଉଛି ଆଶୀର୍ବାଦ ଶିଶୁକୁ ମୁଁ ଯେ ବାରମ୍ବାର ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract