Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

କାହିଁକି କବିତା ଦିବସ

କାହିଁକି କବିତା ଦିବସ

1 min
188


 

 କବି,ଲେଖକ ଓ ପାଠକ

    ବୁଝିବା ଉଚିତ୍

   କିମ୍ପାଇଁ ପାଳିବା କବିତା ଦିବସ ?

   

   ସମାଜେ ଆଣିବାକୁ ସଂସ୍କାର

    କବି ଲେଖକ ଓ ପାଠକ

    ହେବା ଉଚିତ୍ ସଭିଏଁ ତତ୍ପର

      ଛାଡି ନିଜ ସ୍ବାର୍ଥ 

    କ୍ଷମତା ମୋହ ଓ ଅର୍ଥ

    ଜ୍ଞାନୀ ଗୁଣୀ ବିଜ୍ଞଜନଙ୍କ

      ମନ ହୃଦୟକୁ କରିବାକୁ ଜାଗ୍ରତ

    କଲମ ମୁନକୁ କରି ସଶକ୍ତ

      ସଭିଙ୍କୁ କରଇ ବିବଶ

   ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧେ 

     ଲଢେଇ ପାଇଁ

    କବିଟିଏ ଲେଖକଟିଏ

    ସ୍ଵର ଉଠାଇ ବୁଝାଇଦିଏ

     କାହିଁକି ପାଳିବା କବିତା ଦିବସ ?


    ନୀତି ନୈତିକତା ଓ ଆଦର୍ଶ

     ରକ୍ଷା କରିବା ପାଇଁ

    କବି ଲେଖକ ଦିଅନ୍ତି

    ସାରା ସମାଜକୁ ପରାମର୍ଶ

    ବିଶ୍ଵୁ ହଟାଇ ହିଂସା ଦ୍ୱେଷ ବିଦ୍ଵେଷ

    କବି ଓ ଲେଖକ କୁଳ ଚାହାଁନ୍ତି

     ଗଢ଼ିବାକୁ ଶାନ୍ତି ମୈତ୍ରୀ

    ଏକତା ଭିତ୍ତିରେ ସବୁଜ ସୁନ୍ଦର ବିଶ୍ଵ

     ହଟାଇ ଅନ୍ୟାୟ ଅନୀତି ଦୁର୍ନୀତି

       ଯୁଦ୍ଧ ଓ ଦ୍ଵନ୍ଦ୍ଵର ବିଷ

     କବି, ଲେଖକ ଓ ସାହିତ୍ୟିକ

     ସଦା ସର୍ବଦା ଚେଷ୍ଟିତ ରୁହନ୍ତି

       ଗଢି ତୋଳିବାକୁ

     ଶାନ୍ତ ପରିବେଶ ତଥା ଶାନ୍ତିର ବିଶ୍ଵ ।

     

    କବି ଲେଖିଥାଏ କବିତା

    ବଦଳିବାକୁ ସମାଜ ଛବିଟା

     ଲେଖକ ଲେଖଇ

    ଗଳ୍ପ କାହାଣୀ ତଥା ଉପନ୍ୟାସ

    ପ୍ରାବନ୍ଧିକ ଲେଖେ ପ୍ରବନ୍ଧ

    ସମାଜେ ଫୁଟାଇବାକୁ

    ଜୀବ ମାନବଙ୍କ ମୁଖେ ହସ

   କବି, ଲେଖକ ଓ ପ୍ରାବନ୍ଧିକ

    ଜାଗ୍ରତ ପ୍ରହରୀ

    ଅଟନ୍ତି ସମାଜ ରକ୍ଷକ

    କବିର କବିତା

  ଲେଖକ ଲେଖନୀର ବାର୍ତ୍ତା

   ସମାଜେ ସଂସ୍କାର 

    ଆଣିବାକୁ କରେ ବିବଶ

     କବି ଓ ଲେଖକ 

     ବୁଝିଛନ୍ତି ସାହିତ୍ୟର ମୂଲ୍ୟ

      ସେମାନେ ଜାଣିଛନ୍ତି

     କାହିଁକି ଏ କବିତା ଦିବସ ?


   

     

    

      

    

    


    



Rate this content
Log in