Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ମୁଁ ବିଜ୍ଞାନ

ମୁଁ ବିଜ୍ଞାନ

1 min
127



ମୋ ଆବିଷ୍କାର ମୋ ଉଦ୍ଭାବନ

ସାରା ବିଶ୍ବକୁ କରିଛି ମହାନ

ସାରା ବିଶ୍ଵେ ଆଣିଛି ପରିବର୍ତ୍ତନ

ମୁଁ ବିଜ୍ଞାନ ମୁଁ ବିଜ୍ଞାନ ।


ଯେତେ ଶିଳ୍ପ ଯେତେ କଳକାରଖାନା

ସବୁ ଯେ ମୋ'ର ଅବଦାନ

ଶିକ୍ଷା, ସ୍ଵାସ୍ଥ୍ୟ, କୃଷି ଅବା

ହେଉ ସେ ଗମନା ଗମନ

ପୁର ଠାରୁ ପଲ୍ଲୀ

ସବୁଠି ମୋ ଚର୍ଚ୍ଚା

ମୋ ପାଇଁ ଆଜି

ଏ ଜୀବ ଜଗତେ

ମାନବ ମଣଇ ନିଜକୁ ମହାନ 

ମୁଁ ବିଜ୍ଞାନ ମୁଁ ବିଜ୍ଞାନ ।


ମୋ ବଳେ ହୋଇ

ଏ ମଣିଷ ଜାତି ବଳୀୟାନ

ଧ୍ଵଂସଇ ପରିବେଶ

ଧ୍ଵଂସଇ ପ୍ରକୃତି

ସତେ କି ହୋଇ ସେ ଅଜ୍ଞାନ

ଜଳ, ସ୍ଥଳ, ବାୟୁ

ସବୁକୁ ଏ ମାନବ ଆଜି

କରୁଛିରେ ଭାଇ ପ୍ରଦୁଷଣ

ସମଗ୍ର ମାନବ ଜାତିକୁ


ମୋ'ର ନିବେଦନ

ମୋ'ର ଦୂରୁପଯୋଗ ନ କରି

ପରିବେଶ ଓ ପ୍ରକୃତି ମାତାକୁ

ଆସ କରିବା ଆମେ ସମ୍ମାନ

ତେବେ ଯାଇ କହିବି ରେ

ହେ ମାନବ ଭାଇ

ମୁଁ ବିଜ୍ଞାନ ମୁଁ ବିଜ୍ଞାନ

ଶାନ୍ତି, ମୈତ୍ରୀ, ଏକତା 

ପ୍ରଗତି ର ମନ୍ତ୍ର ସାଜି

ଏ ବିଶ୍ଵେ ଗରବେ କହିବି

ମୁଁ ମହାନ ମୁଁ ମହାନ

ମୁଁ ବିଜ୍ଞାନ ମୁଁ ବିଜ୍ଞାନ ।


 


Rate this content
Log in

Similar oriya poem from Abstract